ମୋଜେଶ ରଇତ/ ଗଜପତି / ମୋହନା /ସମୀକ୍ଷା ନ୍ୟୁଜ:
ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ରାସ୍ତା ଘାଟ ଉନ୍ନତି କରଣ ସୁଧ ପାନୀୟ ଜଳ ବ୍ୟବସ୍ଥା କରିବାକୁ ମାଳ ମାଳ ଯୋଜନ ପଚାର ପ୍ରସାର କରାଯାଉଛି କିନ୍ତୁ ସ୍ୱାଧୀନତାର ୮୦ ବର୍ଷ ବିତିଗଲେ ମଧ୍ୟ ମାଳ ମାଳ ଯୋଜନ ଯୋଜନାରେ ହିଁ ଅଟକି ଯାଉଛି ସରକାରଙ୍କର I ନା ଅଛି କଳା ରାସ୍ତା ନା ଅଛି ସୁଧ ପାନୀୟ ଜଳ ସୁବିଧା ଅଭିଯୋଗ ଉପରେ ଅଭିଯୋଗ, ଭଲ ରାସ୍ତା,ସୁଧପାନୀୟ ଜଳ ବ୍ୟବସ୍ଥା ମୌଳିକ ବ୍ୟାନସ୍ଥା ରୁ ବଞ୍ଚିତ ଲୋକେ I ଏପରି ଅଭିଯୋଗ ହୋଇଛି ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡ଼ି ଗ୍ରାମପଞ୍ଚାୟତ ଡଙ୍ଗରିଗାଁ ବାସୀ I ୩୦ରୁ ଉର୍ଦ୍ଧ ଘରପରିବାର ଥିବା ବେଳେ ୨୫୬ଜଣ ରହିଛନ୍ତି କନ୍ଦ ସମ୍ପ୍ରଦାୟ ଆଦିବାସୀ ଲୋକେ I

ରାଇସିଂ ମୁଖ୍ୟ ରାସ୍ତା ଗୋବିନ୍ଦ ଛକ ଠାରୁ କାଲକମା ପାହାଡ଼ ଘାଟିଦେଇ ୬କିମି ଡଙ୍ଗରିଗାଁ ଯିବାକୁ ହୁଏ,ଏହି ରାସ୍ତାର ଉନ୍ନତି କରଣ, ସୁଧପାନୀୟ ଜଳ ସମସ୍ୟାର ସମାଧାନ ନେଇ ଅଭିଯୋଗ ପତ୍ର ଲିଖିତ ଭାବେ ମୋହନା ବିଡ଼ିଓ ଙ୍କୁ ଅବଗତ କରାଯଇଥିବା କହିଛନ୍ତି ଡଙ୍ଗରିଗାଁ ବାସୀ I ୬କିମି ରାସ୍ତା, ସୁଧପାନୀୟ ଜଳ ବ୍ୟବସ୍ଥା ଅଭିଯୋଗ ବିଫଳ ହୋଇଛି I ଏନେଇ ଏକ ଖବର ପାଇ ଡଙ୍ଗରି ଗାଁ କୁ ପହଞ୍ଚିଥିଲେ ଯୁବ ସମାଜସେବି ଯୁବ ନେତା ଆୱାନ ନାୟକ ଓ ଟିମ I ସମସ୍ୟା ସତ୍ୟ ସତ୍ୟା ସଂଗ୍ରହ କରି ପ୍ରଶାସନକୁ ନିବେଦନ କରିଛନ୍ତି ଯୁବ ନେତା ଆୱାନ ନାୟକ I ଯଦିଓ ଅଭିଯୋଗ ଶ୍ରବଣ କରାନଯାଏ ତେବେ ରାଜ ରାସ୍ତାକୁ ଉଲ୍ଲାଇବାକୁ ପଛେଇବେ ନାହିଁ ଚେତାବନୀ ଦେଇଛନ୍ତି ନାୟକ I ଏନେଇ ମୋହନା ବିଡ଼ିଓଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲୁ କିନ୍ତୁ ବିଡ଼ିଓ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ସାକ୍ଷା କରି ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ I ଖବର ପ୍ରଚାରଣ ପରେ ରାଇସିଂ ଗୋବିନ୍ଦ ଛକ ଠାରୁ ପାହାଡ଼ ଘାଟି କଲକମା ହୋଇଥିବା ଘାଟି ରାସ୍ତା ଉନ୍ନତିକରଣ ସୁଧପାନୀୟ ଜଳ ବ୍ୟବସ୍ଥା କରାଯିବ କି ନାହିଁ ଦେଖିବାକୁ ବାକି ରହିଲା I




