ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:
ରାୟଗଡ଼ା, ୦୮/୧୦: ଦେଶବ୍ୟାପୀ ଜାରି ରହିଥିବା ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ‘ସେବା ଜ୍ୟୋତି ଯାତ୍ରା’ କାର୍ଯ୍ୟକ୍ରମ ରାୟଗଡ଼ା ସହରସ୍ଥିତ ଜିସିଡି ହାଇସ୍କୁଲ ପଡ଼ିଆରେ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ଓ ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସେବା ସଙ୍କଳ୍ପ’ ସମ୍ପର୍କିତ ଅଭିଭାଷଣ ଶୁଣିଥିଲେ। ପରେ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ଉପସ୍ଥିତ ସମସ୍ତଙ୍କୁ ‘ବିକଶିତ ଭାରତ’ ଗଠନ ପାଇଁ ସଂକଳ୍ପ କରାଇଥିଲେ। ଏହାପରେ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ବାଦ୍ୟଯନ୍ତ୍ରର ତାଳେ ନାଚି ନାଚି ଏକ ଶୋଭାଯାତ୍ରାରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ‘ସେବା ଜ୍ୟୋତି’ ପ୍ରତିଷ୍ଠା କରାଯାଇଥିବାବେଳେ ଷ୍ଟେଟ ବ୍ୟାଙ୍କ ଛକକୁ ‘ସେବା ଜ୍ୟୋତି ଛକ’ ଭାବେ ନାମିତ କରାଯାଇଥିଲା। ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରଦେଶ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏଥିସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅଶ୍ୱିନୀ କାଵାଡା, ଶିବ ଉଲ୍ଲାକା, ଶିବ ପଟ୍ଟନାୟକ, ରାମ ବେହେରା, ପ୍ରଭାରୀ କେ. ନାରାୟଣ ରାଓ, ଏସ୍ଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ଉପାଧ୍ୟକ୍ଷା ମଞ୍ଜୁଳା ମିନିଆକା, ରାୟଗଡ଼ା ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା, ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଗୁଡ଼ାରି ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଶ୍ୱନାଥ ଶବର, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଉମେଶ ଖୋସଲା, ଜିଲ୍ଲା ସାଧାରଣ ସମ୍ପାଦକ ଭୀକାରି ନାହକ, ପୃଥିବୀରାଜ ଧନପତି, ତରୁଣ ଗରଡ଼ିଆ, ସମ୍ପାଦକ ବାପି ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା, କର୍ମୀ ଓ ସମର୍ଥକ ଯୋଗଦେଇଥିଲେ। ‘ସେବା’ ଓ ‘ବିକଶିତ ଭାରତ’ ଗଠନର ସଂକଳ୍ପକୁ ଆଗେଇ ନେବାର ଆହ୍ୱାନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।






