ଭଗବାନ ମହାନ୍ତି /ଜିଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
/ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, ୭/୧୦( ନି. ପ୍ର ): ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କୋଶଳ ଗ୍ରାମରେ ଆଶ୍ରା ବୃଦ୍ଧାଶ୍ରମ ପଡିଆରେ, ଜ଼ିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏକ୍ ପେଡ୍ ମା କେ ନାମ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜଗତସିଂହପୁର ଜ଼ିଲ୍ଲା ବରିଷ୍ଠ ନାଗରିକ ଫୋରମ ଦ୍ୱାରା ବୃକ୍ଷ୍ୟ ରୋପଣ ଶ୍ରମ ଦାନ ଦିଆ ଯାଇଥିଲେ | ପ୍ରକାଶ ଥାଉ କି, ସଭାପତି ତଥା ଜଗତସିଂହପୁର ପୌରାଞ୍ଚଳର ପୌରାଧକ୍ଷ ମଧୁସୂଦନ ସାହୁ, ସାଧାରଣ ସମ୍ପାଦକ ହିତେଶ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଭରତ ଚନ୍ଦ୍ର ନାଥ, କାର୍ଯ୍ୟକାରୀ ସଭ୍ୟ ଗୁରୁ ପ୍ରସାଦ କାନୁନଗୋ, ଆଶ୍ରା ବୃଦ୍ଧା ଶ୍ରମର ସମ୍ପାଦକ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ, ପ୍ରୋଜେକ୍ଟର ଡାଇରେକ୍ଟର ଉମାକାନ୍ତ ସ୍ୱାଇଁ, କନିଷ୍ଠ ସହାୟକ ମୋନାଲି ସାମନ୍ତରାଏ, ସ୍ଥାନୀୟ କୁରତାଙ୍ଗର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସମାଜସେବୀ ଓ ଜଗତସିଂହପୁର ଜ଼ିଲ୍ଲା ବରିଷ୍ଠ ନାଗରିକ ଫୋରମର ସଭ୍ୟ ବୈରାଗୀ ଚରଣ ସାହୁ ଏବଂ ଆଶ୍ରା ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ମାନେ ମିଶି ଏହି ବୃକ୍ଷ୍ୟ ରୋପଣ କାର୍ଯ୍ୟ ସମ୍ପାଦନ କରିଥିଲେ|

ବରିଷ୍ଠ ନାଗରିକ ଫୋରମର ସଭାପତି ଶ୍ରୀ ସାହୁଙ୍କ କହିବା କଥା ହେଲା ଆଜିର ଆମ ପୃଥିବୀ ପାଇଁ ବଡ ସମସ୍ୟା ହେଲା ଜଳବାୟୁ ଆସନ୍ତୁଳିତ ଓ ପରିବର୍ତନ | ଜଳବାୟୁ ରେ କାର୍ବନ ମାତ୍ରା ଅଧିକ ହୋଇଗଲାଣି କାରଣ ଅତ୍ୟଧିକ ଗାଡି ବ୍ୟବହାର ହେଉଛି, ଏସି, ଫ୍ରିଜ ବ୍ୟବହାର ଦ୍ୱାରା ନିର୍ଗତ ଗ୍ୟାସ ଜଳବାୟୁକୁ ଦୂଷିତ କରୁଛି | ବୃକ୍ଷ୍ୟ କଟା ଚାଲିଛି କାରଖାନା ବସିବାଦ୍ବାରା ଓ ନିର୍ଗତ ଗ୍ୟାସ ଜଳବାୟୁ ତାପମାନ ବୃଦ୍ଧି କରିଚାଲିଛି | ଡିଜେଲ, ପେଟ୍ରୋଲ କୋଇଲା ବ୍ୟବହାର ଦ୍ୱାରା ତା ଠାରୁ ଉତ୍ପନ ଗ୍ୟାସ ଓ ତାପମାନ ପରିବେଶ କୁ ଖରାପ କରି ତାପମାନ ବଢ଼ି ଚାଲିଛି |
ଏହାର ନିରାକରଣ ପାଇଁ ଆମମାନଙ୍କୁ ବୃକ୍ଷ ରୋପଣ, ଏକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ନ କରିବା ଏବଂ ଆବଶ୍ୟକତା ଅନୁଯାୟୀ ଜଳ ବ୍ୟବହାର କରିବା |ସ୍ଥାୟୀ ଵା ପୋଷନୀୟ ବିକାଶ ଆମକୁ କରିବାକୁ ପଡିବ ବୋଲି ବରିଷ୍ଠ ନାଗରିକ ଭଗବାନ ମହାନ୍ତି ମତ ପ୍ରକାଶ କରିଛନ୍ତି |ତେଣୁ ବୃକ୍ଷ୍ୟ ରୋପଣ ଏକ ମହାନ କାର୍ଯ୍ୟ ଅଟେ |





