ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ମୁରିବାହାଲର ବ୍ଲକ କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ପାଳନ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ

ମୁରିବାହାଲର ବ୍ଲକ କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ପାଳନ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:


ମୁରିବାହାଲ,୦୮/୧୦/୨୬ ଏମ୍ଏମ୍ ଡିଆର ୨୦୨୬,ଏସ୍ ଆଇ ଆର, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତିକୁ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଧେଶ କ୍ରମେ ଓ ରାଜ୍ୟ ସାଙ୍ଗଠନିକ ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଆଜି ୧୨ ଘଣ୍ଟିଆ ସମ୍ପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ କଂଗ୍ରେସ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ହୋଇଥିବା ବନ୍ଦ ପାଳନକୁ ଅଞ୍ଚଳର ସମସ୍ତ ଜନସାଧାରଣ ସ୍ଵତଃପୂର୍ତ୍ତ ଭାବେ ସମର୍ଥନ କରି ଦୋକାନ ବଜାର ସବୁ ବନ୍ଦ କରିଥିଲେ।ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ,ସ୍କୁଲ,କଲେଜ , ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ମୋଟର ଚଳାଚଳ ସମ୍ପୁର୍ଣ୍ଣ ଠପ୍ ହୋଇଥିବା ଦେଖିବାକୁ ମିଳିଥିଲା।

ମୁରିବାହାଲର ବ୍ଲକ କଂଗ୍ରେସର ୧୨ଘଣ୍ଟିଆ ବନ୍ଦ ପାଳନ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ – ସମୀକ୍ଷା

୧୨ଘଣ୍ଟିଆ ଏହି ବନ୍ଦ ପାଳନ ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିଲା।ଏହି ବନ୍ଦ ପାଳନରେ ଯୁବ ନେତା ଅମିତ୍ ସିଂ ସାଲୁଜା,ଜିଲ୍ଲା ପରିଷଦ ସଭ୍ୟ ଗୋପିନାଥ ପାଣିଗ୍ରାହୀ,ଯଦୁପତି ଅଗସ୍ତି,ଏସସି ସେଲ ସଭାପତି ବିଭିଷଣ ମହାନନ୍ଦ, ଈଶ୍ୱର ଭୋଇ, ଲଖନା ସମିତି ସଭ୍ୟ ଭିମସେନ ବାଗ,ଜିତେନ୍ଦ୍ର ହାତୀ, ପୂର୍ଣ୍ଣଚନ୍ଦ୍ର ମାଝୀ,ବୁଲୁ କୁମ୍ଭାର,ତେଜରାଜ ଲୁହା, ପୂର୍ଣ୍ଣ ପୁଟେଲ,କମଳ ବୁଡେକ,ଖଡଗଦ ମହାନନ୍ଦ,ପାର୍ଥ ଭୋଇ, ପିତବାସ ବେହେରା,ସୁବାଷ ବ‌ଏ, କୃପା କୁମ୍ଭାର,ସାଗର ଛତ୍ରିଆ , ଦୁର୍ବାସା ସାହୁ,ରାଜେଶ ହେର୍ଣ୍ଣା, ବିଷ୍ଣୁ ସାହୁ,ଉତ୍ତମ ମହାନନ୍ଦ,ଭିକି ମହାନନ୍ଦ, ମୋହିତ ସେଟ,ମକୁନ୍ଦ ନାଗ,ଦେବେସ ନାଗ, ମୁରିବାହାଲ ବିକାଶମଞ୍ଚ ସଭାପତି ଫାଳଗୁନି ହାତୀ,ଥବିର ଷା,ରବି ବାଗ,ଅମରେସ ମାଝୀ,ସିପିଆଇ ଜିଲ୍ଲା ସହସମ୍ପାଦକ ପାଣ୍ଡବ ଭୋଇ, ଗୋପାଳ ଭୋଇ,ରସିକ ରଣା ସହ ଶତାଧିକ କଂଗ୍ରେସ ଓ ସିପିଆଇ କର୍ମୀ ଯୋଗଦେଇ ମୁରିବାହାଲ ସଦରମହକୁମା ସମେତ ହଳଦୀ,ଗୁଡିଘାଟ ଅଞ୍ଚଳରେ ପିକେଟିଂ କରିଥିଲେ।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁରିବାହାଲ ପୁଲିସ୍ ପ୍ରଶାସନ ଉପସ୍ଥିତ ଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜୋନ୍ ସ୍ତରୀୟ କରାଟେ ଓ ଟାଏକୋଣ୍ଡୋ ଚାମ୍ପିଅନସିପ୍‌ରେ ବଲାଣି ଡିଏଭି ଛାତ୍ରଛାତ୍ରୀଙ୍କ ସଫଳତା