ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

କୋଟପାଡ଼: ମଦ ବନ୍ଦ ଦାବିକରି ଥାନାରେ ପହଁଞ୍ଚିଲେ ମହିଳା

କୋଟପାଡ଼: ମଦ ବନ୍ଦ ଦାବିକରି ଥାନାରେ ପହଁଞ୍ଚିଲେ ମହିଳା – ସମୀକ୍ଷା ଖବର

ବସନ୍ତ ପେଗଡ଼/ବରିଷ୍ଠ ସାମ୍ବାଦିକ /କୋରାପୁଟ/ସମୀକ୍ଷା ନ୍ୟୁଜ:

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହିଳାଙ୍କ ମଦବିକ୍ରି ବନ୍ଦଦାବୀ ତେଜିବାରେ ଲାଗିଛି l ଆଜି ଢlମନାହାଣ୍ଡି ପଞ୍ଚାୟତରୁ ଶହଶହ ମହିଳା କୋଟପାଡ଼ ଥାନାରେ ପହଂଚି ଦାବିପତ୍ର ଦେଇଛନ୍ତି l ମହିଳାମାନଙ୍କ ଅଭିଯୋଗ ହେଲା, ଅଞ୍ଚଳରେ ମଦ ମାଫିଆ ବେଆଇନ ଭାବେ ବ୍ୟାପକ ମାତ୍ରାରେ ଦେଶୀ, ବିଦେଶୀ ମଦ ବିକ୍ରି କରୁଥିବା ଯୋଗୁଁ ଯୁବଗୋଷ୍ଠୀ ନିଶlଗ୍ରସ୍ତ ହେବାରେ ଲାଗିଛନ୍ତି l ଯାହାଫଳରେ ପାରିବାରିକ ଅଶାନ୍ତି, ସାମାଜିକ ବିଶୃଙ୍ଖଳା, ଗଣ୍ଡଗୋଳ,ଚୋରି,ସଡ଼କ ଦୁର୍ଘଟଣା ଇତ୍ୟାଦି ବୃଦ୍ଧି ପାଇବାରେ ଲାଗିଛି l ତେଣୁ ଅଞ୍ଚଳରେ ତୁରନ୍ତ ମଦବିକ୍ରି ବନ୍ଦ କରୁବାକୁ କୋଟପାଡ଼ ଥାନା, କୋଟପାଡ଼ତହସିଲଦାର ଏବଂ ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଅପର ପକ୍ଷରେ, ଅଞ୍ଚଳରେ ଦେଶୀ ବିଦେଶୀ ମଦ ଦୋକାନ ପ୍ରତି ପଞ୍ଚାୟତ, ପ୍ରତି ଗ୍ରାମରେ ବେଆଇନ ଭାବେ ବିକ୍ରି କରାଯାଉଥିବା ବେଳେ ବିଦେଶୀ ମଦ ଠିକାଦାର ମାନଙ୍କ ଦ୍ୱାରା ପ୍ରତି ଦୋକାନରେ ମଦ ପହଞ୍ଚାଇବା, ବେପାରୀ ମାନଙ୍କୁ ଉତ୍ସlହିତ କରିବାରେ ଲାଗିଛି l ପ୍ରକାଶ ଥାଉକି, ବିଗତ ଦିନରେ ହଜାର ହଜାର ସଂଖ୍ୟକ ମହିଳା ବାରମ୍ବାର ମଦ ବନ୍ଦ କରିବାକୁ ଦାବିପତ୍ର ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନି l ଏପରି ସ୍ଥଳେ ସରକାରଙ୍କ ନିଶlମୁକ୍ତ ଅଭିଯାନ କେତେ ସଫଳ ହେବ ଏହା ଏକ ବିରାଟ ପ୍ରଶ୍ନ ଚିହ୍ନ ସୃଷ୍ଟି କରୁଛି l

କୋଟପାଡ଼: ମଦ ବନ୍ଦ ଦାବିକରି ଥାନାରେ ପହଁଞ୍ଚିଲେ ମହିଳା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜେକେପୁରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ