ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି /ସମୀକ୍ଷା ନ୍ୟୁଜ :୧୦/୧୦/୨୬
ବ୍ଲକ ଅଧୀନ ସିନ୍ଧ୍ରିମାଳ ଆଞ୍ଚଳିକ ସାଧନ କେନ୍ଦ୍ର ସୁରଭି କାର୍ଯ୍ୟକ୍ରମ ତଥା ଶିଶୁ ମହୋତ୍ସବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ -ମନୁଷକୋଣ୍ଡା ଠାରେ ସି.ଆର.ସି.ସି. ଶ୍ରୀମତୀ ଚିନ୍ମୟୀ ପଣ୍ଡା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।ସରପଞ୍ଚ ଶ୍ରୀ ଘାସି ନାୟକ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ହରି ପଡିଆମି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୬୦ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୨୬ଟି ଭିନ୍ନ ଭିନ୍ନ ପ୍ରତିଯୋଗିତା କରାଯାଇଥିଲା। ଉଦଯାପନ ଉତ୍ସବରେ ସରପଞ୍ଚ ସହ ଅନ୍ୟାନ ଉପସ୍ଥିତ ଅଥିତିମାନଂକ ଦ୍ୱାରା ଛତ୍ରଛାତ୍ରୀ ମାନଂକୁ ୮୦ ଗୋଟି ପୁରସ୍କାର ବିତରଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ବାସନ୍ତୀ ପଟନାୟକ, କେଦାର ମହାକୁଡ଼, ସୁହାସ କରାଟି, ପୁଷ୍ପରାଣୀ ବିଶୋଇ, ମନ ମାଡକାମୀ, ପଲ୍ଲିଶ୍ରୀ ନାୟକ, ଗୋବିନ୍ଦ ରାୟ, ଚିନାରାଣି ବଲଵାନ୍ତରା,ଝରଣା ଭୋଇ, ସୁମିତ୍ରା ଚର୍ଛି, ମନରଞ୍ଜନ ମଣ୍ଡଳ, ଜୟୀତି ସିନା, ଶୁଭେନ୍ଦୁ ପରିଡା,ହରି ଖିଲ,ରଶ୍ମିତା ରାଉତ, ସପନ କୁମାର ମଣ୍ଡଳ, ତଥା ଅନ୍ୟ ମାନେ କାର୍ଯ୍ୟକ୍ରମ କୁ ପରିଚାଳନା ସହ ସହଯୋଗ କରିଥିଲେ ଓ ସଭା ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସାନ୍ଧ୍ୟରାଣୀ ହନ୍ତାଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭାସାଙ୍ଗ ଘୋଷଣା କରିଥିଲେ ।






