ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ତୁମୁଡ଼ିବନ୍ଧ: ରୋଜଗାର ଆଶାରେ ଗୁଜରାଟ ଯାଇଥିଲେ, ଶବ ହୋଇ ରହିଲେ ବିଜୟ ନାୟକ

ତୁମୁଡ଼ିବନ୍ଧ: ରୋଜଗାର ଆଶାରେ ଗୁଜରାଟ ଯାଇଥିଲେ, ଶବ ହୋଇ ରହିଲେ ବିଜୟ ନାୟକ – ସମୀକ୍ଷା ଖବର

ମହେଶ୍ୱର ଦିଗଲ /ସବ ଡିଭିଜନାଲ ସାମ୍ବାଦିକ /ସମୀକ୍ଷା ନିୟୁଜ :
ବାଲିଗୁଡା ତା 9/10: କନ୍ଧମାଳ ତୁମୁଡ଼ିବନ୍ଧ, ବ୍ଲକ ପରିବାରର ମୁହଁରେ ହସ ଫୁଟାଇବା ଓ ପରିବାର ପ୍ରତିପୋଷଣ କରିବା ଆଶାରେ ନିଜ ଜନ୍ମମାଟି ଛାଡ଼ି ଦାଦନ ଖଟିବାକୁ ଯାଇଥିବା ଆଉ ଜଣେ ଶ୍ରମିକଙ୍କ ଜୀବନ ଅକାଳରେ ଝଡ଼ିପଡ଼ିଛି। ଗୁଜରାଟ ରାଜ୍ୟରେ କାର୍ଯ୍ୟରତ ଅବସ୍ଥାରେ କନ୍ଧମାଳ ଜିଲ୍ଲାର ୬୧ ବର୍ଷୀୟ ବିଜୟ ହଜାର ନାୟକଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଏପଟେ ଅତ୍ୟନ୍ତ ଗରିବ ପରିବାର ପାଇଁ ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ଏକ ବଡ଼ ସମସ୍ୟା ହୋଇଛି।
ମୃତ ବିଜୟ ହଜାର ନାୟକଙ୍କ ଘର କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ଗ୍ରାମ ପଞ୍ଚାୟତର ନୂଆସାହି ଗ୍ରାମରେ। କିଛି ମାସ ତଳେ ସେ ନିଜ ପରିବାରର ଆର୍ଥିକ ବୋଝକୁ ହାଲୁକା କରିବା ଏବଂ ପରିବାରର ଗୁଜୁରାଣ ମେଣ୍ଟାଇବା ଉଦ୍ଦେଶ୍ୟରେ ଗୁଜରାଟ ରାଜ୍ୟର ରାଜକୋଟ ଜିଲ୍ଲାକୁ ଯାଇଥିଲେ। ସେଠାରେ ରାଜକୋଟର ପୋଟରିଆ ରୋଡ୍, ଗୋକୁଳ ପାର୍କ, ନ୍ୟୁ ଗଣେଶର ତିନି ନମ୍ବର ଗଳି ଅଞ୍ଚଳରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଗତକାଲି କାର୍ଯ୍ୟରତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ବିଜୟଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ଓ ଗ୍ରାମବାସୀଙ୍କୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। ଯେଉଁ ବ୍ୟକ୍ତି ନିଜ ପରିବାରର ଭବିଷ୍ୟତ ଗଢ଼ିବା ପାଇଁ ଘରଠାରୁ ଦୂରରେ ରହି ଶ୍ରମ କରୁଥିଲେ, ଆଜି ତାଙ୍କର ନିର୍ଜୀବ ଶରୀରକୁ ନିଜ ଜନ୍ମମାଟିକୁ ଫେରାଇ ଆଣିବା ପାଇଁ ପରିବାର ଅସହାୟ ହୋଇପଡ଼ିଛି। ଆର୍ଥିକ ଦୁରବସ୍ଥା ଯୋଗୁଁ ମୃତଦେହ ପରିବହନ ଖର୍ଚ୍ଚ ବହନ କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ହେଉନାହିଁ।
ଏଭଳି ଦୁଃଖଦ ପରିସ୍ଥିତିରେ ମୃତ ଶ୍ରମିକଙ୍କ ମୃତଦେହକୁ ଗୁଜରାଟରୁ ତାଙ୍କ ନିଜ ଗ୍ରାମକୁ ଆଣିବା ପାଇଁ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ କନ୍ଧମାଳ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ଶ୍ରମ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ଏଥିସହ ଗୁଜରାଟରେ ଥିବା ସମ୍ପୃକ୍ତ ଅଧିକାରୀମାନେ ମଧ୍ୟ ଏହି ଘଟଣାରେ ଆବଶ୍ୟକ ସମନ୍ୱୟ ରକ୍ଷା କରି ମୃତଦେହକୁ ଶୀଘ୍ର ଜନ୍ମମାଟିକୁ ଫେରାଇ ଆଣିବାରେ ସହଯୋଗ କରିବାକୁ ଦାବି ହୋଇଛି।
ଆଉ କେତେ ଶ୍ରମିକଙ୍କ ଜୀବନ ହରାଇଲେ ଆମର ଚେତନା ଜାଗ୍ରତ ହେବ? ପରିବାର ପାଇଁ ଦୁଇ ପଇସା ରୋଜଗାର କରିବାକୁ ଯାଇ ଅନେକ ଶ୍ରମିକ ନିଜ ଘରଠାରୁ ଦୂରରେ ଅସୁରକ୍ଷିତ ପରିସ୍ଥିତିରେ କାମ କରୁଛନ୍ତି। ଶ୍ରମିକଙ୍କ ସୁରକ୍ଷା, କାର୍ଯ୍ୟସ୍ଥଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ମୃତ୍ୟୁ ପରେ ତାଙ୍କ ପରିବାରକୁ ତୁରନ୍ତ ସହାୟତା ଯୋଗାଇଦେବା ଆଜିର ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ।

ତୁମୁଡ଼ିବନ୍ଧ: ରୋଜଗାର ଆଶାରେ ଗୁଜରାଟ ଯାଇଥିଲେ, ଶବ ହୋଇ ରହିଲେ ବିଜୟ ନାୟକ – ସମୀକ୍ଷା


ବିଜୟ ହଜାର ନାୟକଙ୍କ ପରିବାରକୁ ଏହି ଦୁଃଖଦ ସମୟରେ ସହାୟତା କରିବା ସହ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ଦିଗରେ ପ୍ରଶାସନ ଓ ସରକାର ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ। ଦାଦନ ଶ୍ରମିକଙ୍କ ଦୁଃଖ କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ; ଏହା ସମଗ୍ର ସମାଜ ଓ ବ୍ୟବସ୍ଥା ପାଇଁ ଏକ ଗଭୀର ଚିନ୍ତାର ବିଷୟ। ତେବେ ଜିଲ୍ଲାର ଶ୍ରମ ବିଭାଗୀୟ ଅଧିକାରୀ କଣ କରୁଛନ୍ତି l କାହିଁକି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ସେନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଂଗ୍ରେସର ବନ୍ଦ ଡାକରାରେ ବାଲିଗୁଡ଼ା ରାସ୍ତାଘାଟ ଜନଶୂନ୍ୟ; ଯାତାୟାତ ଠପ୍‌