ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦୁଝର :
ପାଟଣା:୧୨/୧୦,ପାଟଣା କ୍ରିକେଟ କ୍ଳବ ପକ୍ଷରୁ ପାଟଣା ଷ୍ଟାଡିୟମ ରେ ଆଜି ଦଶହରା କ୍ରିକେଟ କ୍ଳବ ପ୍ରତିଯୋଗିତା ଆରମ୍ଭ ହୋଇଛି।ଏଥିରେ ମୋଟ ୧୬ ଟି ଦଳ ଅଂଶ ଗ୍ରହଣ କରିଛନ୍ତି।ଆସନ୍ତା ୨୦ ତାରିଖ ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହେବ।ଆଜି ଏହି ପ୍ରତିଯୋଗୀତାକୁ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଉଦଘାଟନ କରିଥିଲେ।ପାଟଣା ପ୍ରେସ କ୍ଳବର ସମ୍ପାଦକ ବିଜୟ ରତ୍ନ ପତି ଓ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ର କ୍ରୀଡ଼ା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଥିବା ଢେଙ୍କିକୋଟ ଓ ତୁରୁମୁଙ୍ଗା ର ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଉଦ୍ଘାଟନୀ ଖେଳରେ ତୁରୁମୁଙ୍ଗା ଦଳ ବିଜୟୀ ହୋଇଥିଲା।ଆମ୍ପାୟାର ଭାବେ ବିଶ୍ବମ୍ବର ମହାକୁଡ଼, ଯଶୋବନ୍ତ ମହାପାତ୍ର ପ୍ରତିଯୋଗିତାର ଖେଳ ପରିଚାଳନା କରିଛନ୍ତି।ସ୍କୋରର ଭାବେ ନିଖିଲ ପତି, ସ୍ୱାଧୀନ କର,ଓ ଦେବ ଙ୍କ ସହ ବୁଲବୁଲ ଆପଟ ଧାରା ବିବରଣୀ ପ୍ରଦାନ କରୁଛନ୍ତି।

ପାଟଣା କ୍ରିକେଟ କ୍ଳବ ପକ୍ଷରୁ ବିବେକାନନ୍ଦ ଦାଶ, ଦିଲ୍ଲୀପ ଦ୍ବିବେଦୀ, ସୁବ୍ରତ ଦାଶ, ଦକ୍ଷ ସାହୁ,ସତ୍ୟବ୍ରତ ଦାଶ, ସନତ ଦାଶ, ବିକାଶ ବାରିକ,ଚିନ୍ମୟ ଦାଶ, ବିପ୍ଳବ ପୃଷ୍ଟି,ମୁନୁ ନାଏକ,ହେମନ୍ତ ନାଏକ,ହାପି ବାରିକ,ସୁମନ ଭଞ୍ଜଦେଓ, ଓ ବିକ୍ରମ ବରଡ଼ିଆ ପ୍ରମୁଖ ଏହି ପ୍ରତିଯୋଗୀତାକୁ ପରିଚାଳନା କରୁଛନ୍ତି।ପ୍ରତିଯୋଗିତାରେ ଅନ୍ୟତମ ଆମ୍ପାୟାର ୪ ଫୁଟ ଉଚ୍ଚତା ବିଶିଷ୍ଟ କନିଷ୍ଠ ଆମ୍ପାୟାର ଡେଣୁଆଁ ଗ୍ରାମ ବାସିନ୍ଦା ୩୦ ବର୍ଷ ବୟସ୍କ ନିରଞ୍ଜନ ସାହୁ ଏଠାରେ ପ୍ରମୁଖ ଆକର୍ଷଣ ହୋଇଛନ୍ତି।ସେ ଆଜି ପର୍ଯ୍ୟନ୍ତ ୫୦ ଟି ଖେଳ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି।





