ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବାଲିଚନ୍ଦ୍ରପୁର: ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଅକାଳ ବିୟୋଗ

ବାଲିଚନ୍ଦ୍ରପୁର: ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଅକାଳ ବିୟୋଗ – ସମୀକ୍ଷା ଖବର
ବାଲିଚନ୍ଦ୍ରପୁର: ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଅକାଳ ବିୟୋଗ – ସମୀକ୍ଷା

ଅଜୟ କୁମାର ଦାଶ/ବଡ଼ଚଣା ପ୍ରତିନିଧି / ସମୀକ୍ଷା ନିୟୁଜ/ଯାଜପୁର:
ବାଲିଚନ୍ଦ୍ରପୁର,୧୪/୧୦: ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ପଂଚାୟତ ଚାରିନଙ୍ଗଳ ଗ୍ରାମର ଆଜାଦନଗର ଓ ଧାଉଡ଼ିଆପଦା ଗ୍ରାମର ଜଣେ ଯୁବକଙ୍କର ଅକାଳ ବିୟୋଗ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଆଜାଦନଗରର ସ୍ୱର୍ଗତ ମନୱାରଙ୍କ ପୁଅ ସେକ୍ ଅବୁତାର (୨୮) ଗତ ଶନିବାର ଦିନ ଚଣ୍ଡିଖୋଲରୁ ଏକ ସ୍କୁଟିଯୋଗେ ନିଜ ଘର ଆଜାଦନଗର ଆସୁଥିବା ସମୟରେ ଏନ.ଏଚ ୫୩ର କୁନ୍ଦଳ ଛକ ଠାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଦୃତଗତିରେ ପଳାଇଥିଲା । ଅବୁତାର ସେଠାରେ ରାସ୍ତା କଡ଼ରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସ ଓ ତାଙ୍କ ଘରକୁ ଖବର ଦେବା ସହ ତାଙ୍କୁ ବଡ଼ଚଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିସôା ପାଇଁ ଭର୍ତ୍ତି କରିଥିଲେ । ତେବେ ଦୁଇଦିନ ହେବ ଡ଼ାକ୍ତରଙ୍କର ସମସ୍ତ ଚେଷ୍ଟା ସତ୍ୱେ ଚିକିସôାଧିନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ଆଜି ମରଶରୀର ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ମୁସଲିମ ରିତିନୀତି ଅନୁଯାୟୀ ତାଙ୍କୁ କବର ଦିଆଯାଇଥିଲା ।

ବାଲିଚନ୍ଦ୍ରପୁର: ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଅକାଳ ବିୟୋଗ – ସମୀକ୍ଷା

ଘରେ ତାଙ୍କର ଦୁଇଟି ଛୋଟ ପିଲା ସହିତ ସ୍ତ୍ରୀ ଅଛନ୍ତି । ସେହିପରି ଧାଉଡ଼ିଆପଦା ଗ୍ରାମର ରାମ ଚନ୍ଦ୍ର ଦାସଙ୍କ ପୁଅ ତପନ କୁମାର ଦାସ (୩୬) ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତୁରନ୍ତ କଟକର ଏକ ଘରୋଇ ହସ୍ପିଟାଲରେ ଚିକିସôା ପାଇଁ ଭର୍ତ୍ତି କରିଥିଲେ । ତେବେ ଚିକିସôାଧିନ ଅବସ୍ଥାରେ ଆଜି ତାଙ୍କର ମୃତୁ୍ୟ ଘଟିଛି । ସେ ଅବିବାହିତ ଥିବା ବେଳେ ନିଜ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଚାରିନଙ୍ଗଳ ପଂଚାୟତରେ ଦୁଇ ଯୁବକଙ୍କର ଗୋଟିଏ ଦିନରେ ମୃତୁ୍ୟ ନେଇ ଚାରିନଙ୍ଗଳ ତଥା ଆଖପାଖ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଦୁଇ ଜଣଙ୍କ ପରଲୋକଗତ ଖବର ପାଇ ବଡ଼ଚଣା କଂଗ୍ରେସ ନେତା ଅଜୟ କୁମାର ସାମଲ, ଚାରିନଙ୍ଗଳ ସରପଂଚଙ୍କ ପ୍ରତିନିଧି ଗୋଲାମ କିବିରିଆ ଖାଁ, ପୂର୍ବତନ ସରପଂଚ ସେକ୍ ରିଆସତ ଅଲ୍ଲି, ପ୍ରାକ୍ତନ ଜିଲ୍ଲା ଯୁବକଂଗ୍ରେସ ସଭାପତି ବିଶ୍ୱ ପ୍ରକାଶ ସାମଲ, ବଟକୃଷ୍ଣ ଦାସ, ଚାନ୍ଦ ଖାଁ, ଶରତ ଚନ୍ଦ୍ର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସେମାନଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନୂଆ ଶାସନ ପଞ୍ଚାୟତ ର ୮ ଗୋଟି ପ୍ରକଳ୍ପର ଲୋକାର୍ପଣ କଲେ ସାଂସଦ ଓ ବିଧାୟକ