ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସପ୍ତାହବ୍ୟାପି କରାଯାଇ ଥିବା କାର୍ଯ୍ୟକ୍ରମର ଆଜି ଉଦଯାପନୀ ଦିବସ

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସପ୍ତାହବ୍ୟାପି କରାଯାଇ ଥିବା କାର୍ଯ୍ୟକ୍ରମର ଆଜି ଉଦଯାପନୀ ଦିବସ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦୀପ ଗତ ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ପାରାଦୀପ ର ଏକ ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ମହିଳା ଶକ୍ତି ତରଫରୁ ସପ୍ତାହ ବ୍ୟାପି ମଦ ବିରୋଧୀ କାର୍ଯ୍ୟ କ୍ରମ ଚାଲି ଥିବା ବେଳେ ବିଭିନ୍ନ ସ୍କୁଲର ପିଲା ମାନଙ୍କୁ ନେଇ ବିଭିନ୍ନ କମ୍ପିଟିସନ୍ ଓ ପ୍ରତି ଯୋଗୀତା କରାଯାଇ ଥିଲା l ଏହି କାର୍ଯ୍ୟ କ୍ରମ ର ଆଜି ବଡପଡିଆ ମାର୍କେଟ୍ ସମ୍ମୁଖରେ କଲିଙ୍ଗ ମହିଳା ଶକ୍ତି ତରଫରୁ ଏକ ସଭାର ଆୟୋଜନ କରାଯାଇ ଗାନ୍ଧୀ ଜୟନ୍ତୀ ଅବସରରେ ସପ୍ତାହେ ବ୍ୟାପି କାର୍ଯ୍ୟ କ୍ରମ କରାଯାଇ ଥିବା ବେଳେ କଳିଙ୍ଗ ମହିଳା ଶକ୍ତି ସଭାନେତ୍ରୀ ମନୋରମା ଖଟୁଆ ଙ୍କ ସଭପତିତ୍ୟୋ ରେ ଏହି କାର୍ଯ୍ୟ କ୍ରମ ର ଉଦଯାପନୀ ଦିବସ ପାଳନ କରାଯାଇ ଥିଲା l ଏଥିରେ ବିଭିନ୍ନ ସ୍କୁଲର ପିଲା ମାନଙ୍କୁ ନେଇ ହୋଇ ଥିବା ପ୍ରତି ଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲା ମାନଙ୍କୁ ପୁରସ୍କାର ବିତରଣ କରାଯାଇ ଥିବା ବେଳେ ବିଭିନ୍ନ ଶ୍ୱୋଛା ସେବି କାର୍ଯ୍ୟ କ୍ରମ୍ କରୁଥିବା ବେକ୍ତୀ ମାନଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇ ଥିବା ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟ କ୍ରମ ରେ ମୁଖ୍ୟ ଅତିଥି ଭାବେ ପରିବେଶ ବିତି ,ପରିବେଶ ସଚେତକ ପ୍ରଫୁଲ୍ଲ ସାମନ୍ତ, ବିଶିଷ୍ଟ୍ ନିଶା ବିରୋଧୀ ନେତ୍ରୀ ଲକ୍ଷ୍ମୀ ମହାନ୍ତି , ପୂର୍ବତନ ଶିକ୍ଷକ ବାବୁରାମ ଚୌଧୁରୀ ,ପୁର୍ବତନ ଶ୍ରମିକ୍ ନେତା ବିଷ୍ଣୁ ଦାସ, ବିଶିଷ୍ଟ ଚର୍ଚ୍ଚିତ ଚେହେରା କେନ୍ଦ୍ରାପଡ଼ା ଜିଲ୍ଲା ମହକାଳ ପଡ଼ାର ସରପଞ୍ଚ ଚାମେଲି ଓଝା , କଳିଙ୍ଗ ମହିଳା ଶକ୍ତିର ଉପଦେଷ୍ଟା ରବିନ୍ଦ୍ର କୁମାର ମଲ୍ଲିକ , ଉପଦେଷ୍ଟା ବିଜୟ ପରିଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିବା ବେଳେ କଳିଙ୍ଗ ମହିଳା ଶକ୍ତିର ସମସ୍ତ ମହିଳା ଓ ପୁରୁଷ ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସପ୍ତାହବ୍ୟାପି କରାଯାଇ ଥିବା କାର୍ଯ୍ୟକ୍ରମର ଆଜି ଉଦଯାପନୀ ଦିବସ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖରାମାଲରେ ଦୁଇ ଦିନିଆ ବିଶ୍ୱ ଖାଦ୍ୟ ଦିବସ ଉଦଯାପିତ