ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପଶ୍ଚିମବଙ୍ଗର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା : ୧୯ ଜଣଙ୍କ ମୃତ୍ୟୁ , ୪୦ ଆହତ

ପଶ୍ଚିମବଙ୍ଗର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା : ୧୯ ଜଣଙ୍କ ମୃତ୍ୟୁ , ୪୦ ଆହତ – ସମୀକ୍ଷା ଖବର
ପଶ୍ଚିମବଙ୍ଗର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା : ୧୯ ଜଣଙ୍କ ମୃତ୍ୟୁ , ୪୦ ଆହତ – ସମୀକ୍ଷା

ସମୀକ୍ଷା ନ୍ୟୁଜ ବ୍ୟୁରୋ/କୋଲକାତା :

କୋଲକାତା,17/10/2026 : ପଶ୍ଚିମବଙ୍ଗର ଏକ ଦୁର୍ଗାପୂଜା ମଣ୍ଡପରେ ହଠାତ୍ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଦଳାଚକଟା ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଘଟିଛି । ଏହି ଅଘଟଣରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ କୋଲକାତା ମେଡିକାଲ କଲେଜରେ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ପୂଜା ମଣ୍ଡପ ବାହାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଛିଡ଼ା ହୋଇ ଥିଲେ । ବର୍ଷା ଆରମ୍ଭ ହେବା ମାତ୍ରେ ଚୋରବାଗାନ ଦୁର୍ଗାପୂଜା ମଣ୍ଡପ ବାହାରେ ଅପେକ୍ଷା କରିଥିବା ଲୋକମାନେ ଆଗକୁ ବଢ଼ିବାକୁ ଚେଷ୍ଟା କରି ଥିଲେ । ଏହି ସମୟରେ କିଛି ଲୋକ ରାସ୍ତାରେ ଖସି ପଡ଼ି ଥିଲେ । ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି ଯେ, ଏହାଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇ ଥିଲା । ଅଧିକାରୀଙ୍କ କହିବାନୁସାରେ, ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ କୋଲକାତା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଛି । ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଶରଦ୍ୱତ ମୁଖାର୍ଜୀ ଏବଂ ବରିଷ୍ଠ ଅଧିକାରୀମାନେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଛନ୍ତି । ବିପର୍ଯ୍ୟୟ ପରିଚାଳନା ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।

କୋଲକାତା ପୁଲିସର କହିବାନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୭ଟା ୪୦ ସମୟରେ ଗିରୀଶ ପାର୍କ ପୁଲିସ ଷ୍ଟେସନ ଅନ୍ତର୍ଗତ ଶାରଦା ପାର୍କ (ଚୋର ବାଗାନ) ପୂଜା ମଣ୍ଡପର ପ୍ରସ୍ଥାନ ଦ୍ୱାରରେ ପ୍ରବଳ ଭିଡ଼ ଥିଲା । ବର୍ଷା ସମୟରେ ମଣ୍ଡପ ଦେଖିବାକୁ ଆସିଥିବା ଲୋକଙ୍କ ଭିଡ଼ ଯୋଗୁଁ ଏହି ଘଟଣା ଘଟିଛି । ପୂଜା ମଣ୍ଡପକୁ ଏବେ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ କରି ଦିଆଯାଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ MCHକୁ ପଠାଯାଇଛି ।

ସୂଚନା ଅନୁଯାୟୀ, ୪୦ ଜଣଙ୍କୁ ହସ୍ପିଟାଲ ନିଆଯାଇଛି । ମଣ୍ଡପର ଷ୍ଟ୍ରକଚର୍ ଭାଙ୍ଗିବା ଯୋଗୁଁ ଏହି ଦୁର୍ଘଟଣା ଘଟି ଥାଇ ପାରେ ବୋଲି କୁହାଯାଉଛି । ମଣ୍ଡପର ଲାଇଟ୍ ବନ୍ଦ କରି ଦିଆଯାଇଛି ଏବଂ ବାହାରକୁ ଯିବା ରାସ୍ତା ମଧ୍ୟ ବନ୍ଦ ରହିଛି । ହସ୍ପିଟାଲରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପରିସ୍ଥିତିର ସମୀକ୍ଷା କରୁଛନ୍ତି । କୋଲକାତା ମେଡିକାଲ କଲେଜ କହିଛି ଯେ, ଆହତମାନଙ୍କୁ Emergency Observation Wardରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ୧୧ ଜଣଙ୍କୁ SSKM ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ପଶ୍ଚିମବଙ୍ଗର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା : ୧୯ ଜଣଙ୍କ ମୃତ୍ୟୁ , ୪୦ ଆହତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିକାଶର ରାସ୍ତାରେ ସଂସ୍କୃତିର ଛାପ,ଭାରତମାଳା ରାଜପଥରେ ଶାବର ଶ୍ରୀକ୍ଷେତ୍ର ଟନେଲ୍‌ ପାଲଟିଛି ଆକର୍ଷଣର କେନ୍ଦ୍ର