ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେଶରଣ୍ୟେ ତ୍ରିମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ||ଶାରଦୀୟ ଅଭିନନ୍ଦନ ଓ ସୁଭେତ୍ସା

ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେଶରଣ୍ୟେ ତ୍ରିମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ||ଶାରଦୀୟ ଅଭିନନ୍ଦନ ଓ ସୁଭେତ୍ସା – ସମୀକ୍ଷା ଖବର

ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଦୁର୍ଗା ପୂଜା ଆମ ପରମ୍ପରାରେ ଏକ ଶକ୍ତି ପୂଜା ଯେଉଁଠି ଦଶ ଦିନ ଧରି ପୂଜା କରାଯାଇଥାଏ |ମା’ଙ୍କର ନବ ରୂପରେ ନଅ ଦିନ ପୂଜା ପରେ ଦଶ ଦିନ ବିଜୟାଦଶମୀରେ ଆନନ୍ଦ ଉଲ୍ଲାସ ରେ ଆମେ ଧରାବାସି ପାଳନ କରି ଥାଉ |

ପ୍ରଥମୀରେ ଶୈଳପୁତ୍ରୀ ରୂପେ ମା ଶକ୍ତି ଓ ପ୍ରକୃତି ରୂପେ ପୂଜା ପାଇଥାନ୍ତି |

ଦ୍ଵିତୀୟାରେ ମା ବ୍ରହ୍ମଚାରିଣୀ ରୂପେ ଭକ୍ତି, ତପସ୍ୟା ଓ ଆଧ୍ୟାତ୍ମିକ ଜ୍ଞାନ ରୂପରେ ପୂଜା ପାଇଥାନ୍ତି |

ତୃତୀୟାରେ ମା’ ଚନ୍ଦ୍ରଘଣ୍ଟା ରୂପେ ସାହସ ଓ ସୌନ୍ଦର୍ଯ୍ୟ ପାଇଁ ପୂଜା ପାଇଥାନ୍ତି

ଚତୁର୍ଥୀରେ ମା’କୁଷ୍ମାଣ୍ଡା ରୂପେ ଆଲୋକ ଓ ସମୃଦ୍ଧି ପାଇଁ ପୂଜିତ ହୁଅନ୍ତି |

ପଞ୍ଚମୀରେ ମା’ ସ୍କନ୍ଦମାତା ରୂପେ ମାତୃ ପ୍ରେମ ଦାୟିନି ରୂପେ ପୂଜା ପାଆନ୍ତି |

ଷଷ୍ଠୀରେ ମା’ କାତ୍ୟାୟିନୀ ରୂପେ ଦୁଷ୍ଟତାକୁ ବିନାଶ କରନ୍ତି |

ସପ୍ତମୀରେ ମା’ କାଳରାତ୍ରି ରୂପେ ନକାରାତ୍ମକ ଶକ୍ତି କୁ ଦୂର କରି ସକାରାତ୍ମକ ଶକ୍ତି ପ୍ରଦାନ କରନ୍ତି |

ଅଷ୍ଟମୀରେ ମା’ ମହାଗୌରୀ ରୂପେ ପବିତ୍ରତା ଓ ମାନସିକ ଶାନ୍ତି ପ୍ରଦାନ କରନ୍ତି |

ନବମୀରେ ମା’ ସିଦ୍ଧିଦାତ୍ରୀ ଅଲୌକିକ ଶକ୍ତି ଓ ଜ୍ଞାନ ପ୍ରଦାନ କରନ୍ତି |

ଦଶମୀରେ ମା ଅସତ୍ୟ ଉପରେ ସତ୍ୟର ବିଜୟ କରାଇ ବିଜୟା ଦଶମୀ ରୂପେ ସମସ୍ତ ନରବାସୀଙ୍କୁ ଆନନ୍ଦ, ଉତ୍ସାହ, ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତି |
ଆମେ ଜଗତସିଂହପୁର ସମୀକ୍ଷା ପରିବାର ତରଫରୁ,ମାଙ୍କୁ ପ୍ରାର୍ଥନା କରୁଛୁ କି ମା ସମସ୍ତ ଜଗତର ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ, ସମସ୍ତଙ୍କୁ, ଜ୍ଞାନ, ଶକ୍ତି,ଶାନ୍ତି, ସମୃଦ୍ଧି, ଆନନ୍ଦ, ଶାକାରାତ୍ମକ ବିଚାର ଓ ବିବେକ ପ୍ରଦାନ କରନ୍ତୁ | ଏହି ଧରାବାସୀ ତାଙ୍କ ଜ୍ଞାନାଲୋକ ରେ ପ୍ଲାବିତ ହୋଇ ସମସ୍ତେ ସୁଖରେ ରୁହନ୍ତୁ ||

ଜୟ ମା ଦୁର୍ଗେ ||ମା ଭାରତୀ କି ଜୟ ||

ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବର୍ଥ ସାଧିକେଶରଣ୍ୟେ ତ୍ରିମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ||ଶାରଦୀୟ ଅଭିନନ୍ଦନ ଓ ସୁଭେତ୍ସା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ସୋହେଲା ଦୁର୍ଗାପୂଜାଭକ୍ତି, ଆକର୍ଷଣ ଓ ଭାଇଚାରାର ଅପୂର୍ବ ସଙ୍ଗମ