ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ବାରିପଦା, କଲେଜ ଛକ ହର-ପାର୍ବତୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବାରିପଦା, କଲେଜ ଛକ ହର-ପାର୍ବତୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୮/୧୦/୨୬ – ବାରିପଦା,କଲେଜ ଛକ ହର-ପାର୍ବତୀ ପୂଜା କମିଟି ଚଳିତବର୍ଷ ୫୦ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ କମିଟି ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରାଯାଉଛି । ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅଷ୍ଟମୀ ଓ ନବମୀ ତିଥିରେ ସନ୍ଧ୍ୟା ସମୟରେ ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯିବ। ସେହିପରି ଆସନ୍ତା ୨୨ ତାରିଖ ସନ୍ଧ୍ୟାରେ ଛଉ ପଡ଼ିଆଠାରେ ଇଣ୍ଡିଆନ୍ ଆଇଡଲ୍ ବିଜୟିନୀ ଜ୍ୟୋତିର୍ମୟୀ ନାୟକଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ରହିଛି । ଏହା ପୂଜା ଉତ୍ସବର ମୁଖ୍ୟ ଆକର୍ଷଣ ସହ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ସଫଳ କରିବା ପାଇଁ କମିଟିର ସଭାପତି ଗୋପାଳ ପାତ୍ର, ଓ ସାଧାରଣ ସମ୍ପାଦକ ସନ୍ଦୀପ କୁମାର ପତି ଏବଂ ଉପଦେଷ୍ଟl ସଞ୍ଜୟ ଅଗ୍ରୱାଲ ଓ ସଞ୍ଜୟ ପଟ୍ଟନାୟକ ସମେତ ସମସ୍ତ ସଦସ୍ୟ ସମସ୍ତଙ୍କ ସହଯୋଗ କାମନା କରିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି l

ବାରିପଦା, କଲେଜ ଛକ ହର-ପାର୍ବତୀ ପୂଜା କମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅସୁବିଧା ଲାଘବ କରିବା, ଦୁଃସମୟରେ ଖୁସି ବାଣ୍ଟିବା ଓ ଆଶ୍ୱାସନା ଦେବା ହେଉଛି ‘ଆନନ୍ଦ ଭୋଜନ’ର ମୂଳ ଉଦ୍ଦେଶ୍ୟ, ହୋପ୍ସ ଟ୍ରଷ୍ଟ