ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୯/୧୦/୨୬: ଜିଲ୍ଲାର ଏମ ଭି ୧୯ ଗ୍ରାମରେ ବଡ଼ ଧୁଧଧାମରେ ପାଳିତ ହେଉଛି ନବ ଦୁର୍ଗା ପୂଜା।ଏହି ଗ୍ରାମରେ ୫୦ ବର୍ଷ ଦୁର୍ଗା ପୂଜା ପାଳନ ଶେଷ ହେବାପରେ ଏହି ନବ ଦୁର୍ଗା ପୂଜା କରାଯାଇଥାଏ।ଏବେ ଏହା ତିନି ବର୍ଷ ହେବ ନବଦୁର୍ଗା ପୂଜା ଏମ ଭି ୧୯ ଗ୍ରାମରେ ପାଳନ କରାଯାଉଅଛି।ଏହା ଏକ ସ୍ୱତନ୍ତ୍ର ପୂଜା ଅଟେ ଏହି ପୂଜାରେ ୧୦ ଗୋଟି ଦେବା ଦ୍ଵବୀଙ୍କୁ ପୂଜା ଅର୍ଚନା କରାଯାଇ ଥାଏ। ଏହି ନବଦୁର୍ଗା ପୂଜାରେ କର୍ତାୟାନ, ଧନାରୀଶ୍ୱରୀ, କାଲ ରାତ୍ରି, ମହାଗୌରୀ, ସିଦ୍ଧିଧାତ୍ରୀ,ଶୈଲା ପତ୍ରି, ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା, କୁସୁମାନନ୍ଦ,ଶୁକୁନ୍ଦାମାତା ସହ ମା ଦୁର୍ଗାଙ୍କ ପୂଜା ଅର୍ଚନା କରାଯାଇଥାଏ।ପ୍ରତ୍ୟକ ଦିନ ଗୋଟିଏ ଠାକୁରଙ୍କ ପୂଜା କରାଯାଇଥାଏ ଏବଂ ଦଶମୀ ଦିନ ମା ଦୁର୍ଗାଙ୍କ ପୂଜା କରାଯାଇଥାଏ। ଏହି ନବଦୁର୍ଗା ପୂଜା ୫୦ ବର୍ଷ ପରେ ପାଳନ କରାଯାଉଥିବାରୁ ଆଖ ପାଖଗ୍ରାମରୁ ଭକ୍ତ ମାନଙ୍କ ଭିଡ଼ ଲାଗିଥାଏ। ଦୁର୍ଗା ପୂଜାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭକରି ବୁଢା ବୁଢ଼ୀ ସମସ୍ତେ ଦୋକାନ ବଜାର ବୁଲି ମଜା ନେବା ସହ କୁନି କୁନି ପିଲାମାନେ ବିଭିନ୍ନ ଖେଳର ମଜା ନିଅନ୍ତି।







