ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଗଞ୍ଜାମ କୋରାପୁଟ ଜଗତସିଂହପୁର ବାଲେଶ୍ୱର ନୟାଗଡ଼ କେନ୍ଦ୍ରାପଡ଼ା

Driver’s son at the national level :ଜାତୀୟ ସ୍ତରରେ ଚମକିଲେ ଡ୍ରାଇଭରଙ୍କ ପୁଅ

Driver’s son at the national level :ଜାତୀୟ ସ୍ତରରେ ଚମକିଲେ ଡ୍ରାଇଭରଙ୍କ ପୁଅ – ସମୀକ୍ଷା ଖବର


ନୂଆପଡା /କୋମନା ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା ସମୀକ୍ଷା ନ୍ୟୁଜ:

ଡ୍ରାଇଭରଙ୍କ ପୁଅ ଅଙ୍କିତ ଜାତୀୟ ସ୍ତରର ଫୁଟବଲ ଖେଳାଳି, ଅଣ୍ଡର-୧୭ ଓଡ଼ିଶା ଦଳରେ ସାମିଲ ହୋଇ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦରର ଯୁବ ଫୁଟବଲ ଖେଳାଳି ଅଙ୍କିତ ବନଛୋର ଅଣ୍ଡର-୧୭ ଓଡ଼ିଶା ଫୁଟବଲ ଦଳରେ ସାମିଲ ହୋଇ ଜାତୀୟ ସ୍ତରର ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଜାତୀୟ ସ୍ତରରେ ଖେଳି ଗାଁକୁ ଫେରିବା ପରେ ଅଙ୍କିତଙ୍କୁ ନିଜ ଗାଁରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି। ଅଙ୍କିତ ପୂର୍ବରୁ ତିନିଥର ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବାବେଳେ ପ୍ରଥମଥର ପାଇଁ ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଦିନରେ ଦେଶ ପାଇଁ ଖେଳିବା ସହ ଫୁଟବଲ ଜଗତରେ ସୁନାମ ଅର୍ଜନ କରିବା ତାଙ୍କର ସ୍ୱପ୍ନ। ଅଙ୍କିତଙ୍କ ବାପା ରାଜେନ୍ଦ୍ର ବନଛୋର ଜଣେ ସାଧାରଣ ଡ୍ରାଇଭର ହୋଇଥିବାବେଳେ ମାଆ ଜଣେ ଗୃହିଣୀ। ପୁଅର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟେ ଅନେକ କଷ୍ଟ ଓ ତ୍ୟାଗ କରିଆସୁଛନ୍ତି। ଅଙ୍କିତଙ୍କ ସଫଳତା ଅଞ୍ଚଳର ଅନ୍ୟ ଯୁବ ପ୍ରତିଭାଙ୍କୁ ମଧ୍ୟ ପ୍ରେରଣା ଯୋଗାଇଛି। କୋମନା ଫୁଟବଲ ଆସୋସିଏସନ୍‌ର ସଭାପତି ପ୍ରମୋଦ କୁମାର ପାଢ଼ୀଙ୍କ ସମେତ ଆସୋସିଏସନ୍‌ର ଅନ୍ୟ ସଦସ୍ୟମାନେ ଅଙ୍କିତଙ୍କ ଘରକୁ ଯାଇ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Driver’s son at the national level :ଜାତୀୟ ସ୍ତରରେ ଚମକିଲେ ଡ୍ରାଇଭରଙ୍କ ପୁଅ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Janjatiya Gaurav Divas celebrated in Nuapada:ନୂଆପଡ଼ାରେ ମହାସମାରୋହରେ ପାଳିତ ହେଲା ଜନଜାତୀୟ ଗୌରବ ଦିବସ