ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର କେନ୍ଦ୍ରାପଡ଼ା ବରଗଡ଼ ନୟାଗଡ଼

Viksit Bharat Young Leader Dialogue: ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ୟଙ୍ଗ ଲିଡର ଡାଇଲଗ’ ପି.ପି.ଟି ପ୍ରତିଯୋଗିତା ଅନୁଷ୍ଠିତ

Viksit Bharat Young Leader Dialogue: ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ୟଙ୍ଗ ଲିଡର ଡାଇଲଗ’ ପି.ପି.ଟି ପ୍ରତିଯୋଗିତା ଅନୁଷ୍ଠିତ – ସମୀକ୍ଷା ଖବର

​ରାଜ୍ୟସ୍ତରକୁ ୬ ଜଣ ପ୍ରତିଭା ମନୋନୀତ

​ପୁଲକେଶ୍ୱର ମିଶ୍ର / ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ / ଅନୁଗୋଳ:

​ଅନୁଗୋଳ, ୧୭.୧୧ : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରଣାଳୟ ଅଧୀନସ୍ଥ ‘ମୋ ଯୁବ ଭାରତ’, ଅନୁଗୋଳ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ୟଙ୍ଗ ଲିଡର ଡାଇଲଗ’ ପି.ପି.ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନାଲକୋନଗର ସରସ୍ୱତୀ ବିଦ୍ୟାମନ୍ଦିରର ଉପାଧ୍ୟକ୍ଷ ଶ୍ରୀ ବିଚିତ୍ରାନନ୍ଦ ନାୟକ, ଅନୁଗୋଳ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଅମୂଲ୍ୟନିଧି ସାହୁ ଏବଂ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଶ୍ରୀ ବନମାଳୀ ବାଗ ଯୋଗଦେଇଥିଲେ। ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ‘ମୋ ଯୁବ ଭାରତ’, ଅନୁଗୋଳର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ତପନ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏଥିସହ ସେ ଏହି ଆଲୋଚନାଚକ୍ରର ଉପକ୍ରମ ଓ ‘ବିକଶିତ ଭାରତ’ ଗଠନରେ ଯୁବପିଢ଼ିଙ୍କ ଭୂମିକା ତଥା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବିଶଦ ଭାବେ ଆଲୋକପାତ କରିଥିଲେ। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩୫ରୁ ଅଧିକ ଯୁବ ପ୍ରତିଭା ଅଂଶଗ୍ରହଣ କରି ନିଜର ଦକ୍ଷତା ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ପ୍ରତିଯୋଗିତା ଶେଷରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୬ ଜଣ ଯୁବ ପ୍ରତିଭାଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ଏହି କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନସୂଚକ ପ୍ରମାଣପତ୍ର ଓ ମାନପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ଧନ୍ୟବାଦ ଅର୍ପଣ କରିଥିଲେ।

Viksit Bharat Young Leader Dialogue: ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ୟଙ୍ଗ ଲିଡର ଡାଇଲଗ’ ପି.ପି.ଟି ପ୍ରତିଯୋଗିତା ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Social Worker Death Anniversary: ସମାଜସେବୀଙ୍କ ଶ୍ରାଦ୍ଧବାର୍ଷିକ ପାଳିତ