ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଗଞ୍ଜାମ କୋରାପୁଟ ଜଗତସିଂହପୁର ବାଲେଶ୍ୱର ନୟାଗଡ଼ କେନ୍ଦ୍ରାପଡ଼ା

50 turtles seized during smuggling attempt: ଚୋରା ଚାଲାଣ ବେଳେ ୫୦ଟି କଇଁଛ ଜବତ, ଦୁଇ ଅଭିଯୁକ୍ତ ଅଟକ

50 turtles seized during smuggling attempt: ଚୋରା ଚାଲାଣ ବେଳେ ୫୦ଟି କଇଁଛ ଜବତ, ଦୁଇ ଅଭିଯୁକ୍ତ ଅଟକ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ /ମାଲକାନଗିରି: ୧୮/୧୧/୨୬

ମାଲକାନଗିରି ଜିଲ୍ଲାର କାଲିମେଳା ବନ ବିଭାଗ ପକ୍ଷରୁ କଇଁଛ ଚୋରା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୫୦ଟି ଭାରତୀୟ ଫ୍ଲାପ୍‌ସେଲ୍‌ କଇଁଛ ଜବତ କରାଯାଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖାଯିବା ସହ ଚାଲାଣରେ ବ୍ୟବହୃତ ହୋଇଥିବା ଦୁଇଟି ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି। ସୂଚନା ଅନୁଯାୟୀ, ସନ୍ଧ୍ୟା ସମୟରେ କାଲିମେଳା ବନ ବିଭାଗର କର୍ମଚାରୀମାନେ ଜବଲପାଲି– କୋଇମେଟଲା ରାସ୍ତା ନିକଟରେ ନିୟମିତ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସନ୍ଦେହଜନକ ଭାବେ ଯାଉଥିବା ଦୁଇଜଣଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ସେମାନଙ୍କ ନିକଟରୁ ୫୦ଟି ଭାରତୀୟ ଫ୍ଲାପ୍‌ସେଲ୍‌ କଇଁଛ ମିଳିଥିଲା। ଅଟକ ବ୍ୟକ୍ତି ଦୁଇଜଣ ହେଲେ ଏମ୍‌ପିଭି-୬୪ ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି। ବନ ବିଭାଗ ପକ୍ଷରୁ କଇଁଛ ଓ ମୋଟରସାଇକେଲ ଗୁଡ଼ିକୁ ଜବତ କରି କାଲିମେଳା ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯାଇଛି। ଏନେଇ କେସ୍‌ ନଂ ୭୫/୨୦୨୬ ରୁଜୁ କରାଯାଇ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ ଅନୁଯାୟୀ ପରବର୍ତ୍ତୀ ଆଇନଗତ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

50 turtles seized during smuggling attempt: ଚୋରା ଚାଲାଣ ବେଳେ ୫୦ଟି କଇଁଛ ଜବତ, ଦୁଇ ଅଭିଯୁକ୍ତ ଅଟକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Mobile phone looted at knifepoint: ଭୁଜାଲି ଦେଖାଇ ମୋବାଇଲ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ, ୨ ଗିରଫ