ଅଜିତ ପଣ୍ଡା /ଗଞ୍ଜାମ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
୧୮/୧୧ : ବାତ୍ୟା ‘ଅକ୍ଭାନ୍’ ଜନିତ ଲଗାଣ ବର୍ଷା ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ଶେରଗଡ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହିତ ଗୋଟିଏ ନିରୀହ ଲୋକଙ୍କ ଜୀବନ ଚାଲି ଯାଈଥିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏବେ ପୁଣି ଆଉ ଏକ ବାତ୍ୟା ‘ଅକ୍ଭାନ୍’ କୁ ନେଇ ବିପନ୍ନ ଙ୍କ ମନରେ ଛନକା ପଶିଲାଣି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ୧୩୦ ଜଣ ବ୍ୟକ୍ତି ଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଅଣାଯାଇଥିବା ବେଳେ ବିଭିନ୍ନ ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ ଲୋକଙ୍କ ଲାଗି ପ୍ରସ୍ତୁତ କରାଯିବା ସହିତ କିଛି ସ୍ଥାନରେ ଆଶଙ୍କା ଭିତରେ ଥିବା ପରିବାର କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ଜିରୋ କାଜୁଆଲିଟି କୁ ଗୁରୁତ୍ୱ ଦେଇ ପ୍ରଶାସନିକ ଅଧିକାରୀ ମାନେ ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ମୁକାବିଲା ଲାଗି ପ୍ରସ୍ତୁତି ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ଲକର ୭୬ ଜଣ ଗର୍ଭବତୀ ମହିଳା ଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ର ରେ ରଖାଯାଈଥିବା ବେଳେ ତଳିଆ ଏବଂ ନଦୀ କୂଳିଆ ଅଞ୍ଚଳର ୧୩୦ ଜଣ ଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରାଯାଇଥିବା କଥା ବିଡିଓ ସୁଶ୍ରୀ ତୃପ୍ତିମୟୀ ଜେନା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସଚ୍ଚିଦାନନ୍ଦ ନାୟକ, ସ୍ଥାନୀୟ ବିଡିଓ ସୁଶ୍ରୀ ତୃପ୍ତିମୟୀ ଜେନା ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ବିଷୟରେ ଡାକ୍ତର ଙ୍କ ସହିତ ଆଲୋଚନା କରିଥିଲେ। ବାତ୍ୟା ‘ଅକ୍ଭାନ୍’ ଲାଗି ବ୍ରାହ୍ମଣଛାଈ ଏବଂ କାଞ୍ଜିଆମ୍ମା ବାତ୍ୟା ଆଶ୍ରୟ ସ୍ଥଳୀରେ ଯୁଦ୍ଧକାଳୀନ ଭିତ୍ତିରେ ଦୁଈଟି ନଳକୂପ ଖନନ କରାଯାଇଥିବା କଥା ପାନୀୟ ଜଳ ବିଭାଗର ସହକାରୀ ଯନ୍ତ୍ରୀ ଶଶାଙ୍କ କୁମାର ପାଢୀ ପ୍ରକାଶ କରିଛନ୍ତି। ଏହି ଅବସରରେ କିଛି ଅଞ୍ଚଳରେ ବିଡିଓ ନିଜେ ଘରକୁ ଘର ବୁଲି ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ ସେମାନଙ୍କୁ ବାତ୍ୟା ଲାଗି ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।






