ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଗଞ୍ଜାମ କୋରାପୁଟ ଜଗତସିଂହପୁର ବାଲେଶ୍ୱର ନୟାଗଡ଼ କେନ୍ଦ୍ରାପଡ଼ା

Bargarh District Contractors’ Association: ନିଷ୍ଠା ପରିବାରକୁ ଶବବହାକ ଗାଡ଼ି ପ୍ରଦାନ କଲା ବରଗଡ ଜିଲ୍ଲା ଠିକାଦାର ସଂଘ

Bargarh District Contractors’ Association: ନିଷ୍ଠା ପରିବାରକୁ ଶବବହାକ ଗାଡ଼ି ପ୍ରଦାନ କଲା ବରଗଡ ଜିଲ୍ଲା ଠିକାଦାର ସଂଘ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି/ବରଗଡ/ ସମୀକ୍ଷା ନ୍ୟୁଜ:

ବରଗଡ: ବରଗଡ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ନିଷ୍ଠା ପରିବାରକୁ ଏକ ଶବବହାକ ଗାଡ଼ି ହସ୍ତାନ୍ତର କରାଯାଇଛି। ଏହି ଶବବାହାକ ଗାଡ଼ିର ଶୁଭ ଉଦ୍ଘାଟନ ବରଗଡ ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ ଙ୍କ କରମକଳରେ ପୂର୍ବରୁ ସମ୍ପନ୍ନ ହୋଇଥିଲା। ଆଜି ଏହି ଗାଡିର ସୁପରିଚାଳନା ଓ ଜନସାଧାରଣଙ୍କ ସେବାରେ ନିୟୋଜିତ କରିବା ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବରେ ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଙ୍କୁ ଗାଡ଼ି ସହ ଚାବି ପ୍ରଦାନ କରାଯାଇଥିଲା। ଏହି ଶବବହାକ ଗାଡ଼ି ସେବା ଦେୟମୁକ୍ତ (paid ) Noprofit – No loss ଭିତ୍ତିରେ ପରିଚାଳିତ ହେବା ଅର୍ଥାତ କୌଣସି ଲାଭ ଉଦ୍ଦେଶ୍ୟ ନ ରଖି, କେବଳ ସେବା ମୋନୋଭାବ ନେଇ ଏହି ସୁବିଧା ଜନସାଧାରଣ ଙ୍କୁ ଯୋଗାଇ ଦିଆଯିବ। ଏହି ଅବସରରେ ବରଗଡ ଠିକାଦାର ସଂଘ କାର୍ଯ୍ୟାଳୟ ଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମାନବ ସେବା ହିଁ ମାଧବ ସେବା। ଅସହାୟ ଓ ଅସୁବିଧାରେ ଥିବା ପରିବାର ମାନଙ୍କ ପାଇଁ ଏହି ଶବବାହାକ ଗାଡ଼ି ନିଶ୍ଚିତ ଭାବରେ ଏକ ଉପଯୋଗି ସେବା ହୋଇ ପାରିବ। ଏହି ମହତ ଉଦ୍ୟମ ପାଇଁ ବରଗଡ ଜିଲ୍ଲା ଠିକାଦାର ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ନିଷ୍ଠା ପରିବାର ତରଫରୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା। ଏହି କାର୍ଯ୍ୟକ୍ରମ ରେ ବରଗଡ ଠିକାଦାର ସଂଘ ର ପ୍ରଭାତ ଆଦିତ୍ୟ ମିଶ୍ର (ପିକୁ), ସୁଧାଂଶୁ ଗଡ଼ତିଆ ଙ୍କ ସହ ଅନ୍ୟ ସଦସ୍ୟ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

Bargarh District Contractors’ Association: ନିଷ୍ଠା ପରିବାରକୁ ଶବବହାକ ଗାଡ଼ି ପ୍ରଦାନ କଲା ବରଗଡ ଜିଲ୍ଲା ଠିକାଦାର ସଂଘ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Keonjhar Viksit Bharat Youth Leadership: କେନ୍ଦୁଝରରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ ଅନୁଷ୍ଠିତ