ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଗଞ୍ଜାମ କୋରାପୁଟ ଜଗତସିଂହପୁର ବାଲେଶ୍ୱର ନୟାଗଡ଼ କନ୍ଧମାଳ

Jagatsinghpur Potential Cyclone: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ଜଗତସିଂପୁର ପ୍ରଶାସନ ଓ ଅଗ୍ନିଶମ ବିଭାଗ

Jagatsinghpur Potential Cyclone: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ଜଗତସିଂପୁର ପ୍ରଶାସନ ଓ ଅଗ୍ନିଶମ ବିଭାଗ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଗୁଆ ସତର୍କତା ଓ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି ଜଗତସିଂପୁର ପ୍ରଶାସନ ଓ ଅଗ୍ନିଶମ ବିଭାଗ। ବାତ୍ୟା ସମୟରେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା, ଗଛ ଉପୁଡ଼ି ପଡ଼ିଲେ ରାସ୍ତା ସଫା କରିବା, ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରସ୍ତୁତି ଚାଲିଛି। ବାତ୍ୟା ଆସୁ କିମ୍ବା ପ୍ରବଳ ବର୍ଷା, ପ୍ରତ୍ୟେକ ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷା ଯୋଗାଇବା ଅଗ୍ନିଶମ ବାହିନୀର ପ୍ରମୁଖ ଦାୟିତ୍ୱ। ଏଥିପାଇଁ ଉଦ୍ଧାରକାରୀ ଯନ୍ତ୍ରପାତି, ଗାଡ଼ି, କଟର ମେସିନ୍, ଦଉଡ଼ି ଓ ଅନ୍ୟାନ୍ୟ ସାମଗ୍ରୀର ଯାଞ୍ଚ ସହ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ ବିପଦପୂର୍ଣ୍ଣ ଗଛ, ଦୁର୍ବଳ ଘର ଓ ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଜରୁରୀ ସମୟରେ ତୁରନ୍ତ ପହଞ୍ଚିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି ରହିଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ଓ ଆଶଙ୍କା ରହିଥିବା ବେଳେ, ଜରୁରୀ ପରିସ୍ଥିତିରେ ଲୋକଙ୍କ ପାଖରେ କିପରି ତୁରନ୍ତ ପହଞ୍ଚି ଉଦ୍ଧାର କାର୍ଯ୍ୟ କରାଯିବ, ସେଥିପାଇଁ ଜୟପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ତେବେ ଜନସାଧାରଣ ମଧ୍ୟ ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସତର୍କ ରହିବା ଜରୁରୀ।

Jagatsinghpur Potential Cyclone: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ଜଗତସିଂପୁର ପ୍ରଶାସନ ଓ ଅଗ୍ନିଶମ ବିଭାଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Betel leaf plantations: ଔଷଧ ପ୍ରୟୋଗରେ ନଷ୍ଟ ହେଲା ଗରିବ ଚାଷୀଙ୍କ ପାନ ବରଜ!