ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କେନ୍ଦ୍ରାପଡ଼ା ବରଗଡ଼ ମାଲକାନଗିରି କୋରାପୁଟ

Jagatsinghpur Cyclone ‘AKVAN’: ଜଗତସିଂହପୁର ଜିଲ୍ଲାରେ ବାତ୍ୟା ‘ଅକଭାନ’ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

Jagatsinghpur Cyclone ‘AKVAN’: ଜଗତସିଂହପୁର ଜିଲ୍ଲାରେ ବାତ୍ୟା ‘ଅକଭାନ’ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ – ସମୀକ୍ଷା ଖବର

ଭଗବାନ ମହାନ୍ତି / ଜିଲ୍ଲା ପ୍ରତିନିଧି / ଜଗତସିଂହପୁର /ସମୀକ୍ଷା ନ୍ୟୁଜ:

ଜିଲ୍ଲା ରେ ମୋଟ ୧୪୪୩୪ ଜଣଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ

ଆଶ୍ରୟ ସ୍ଥଳୀ ରେ ଶୁଖିଲା, ରନ୍ଧା ଖାଦ୍ୟ ଯୋଗାଣ ସହ ସ୍ବାସ୍ଥ୍ଯ ପରୀକ୍ଷା

ଜଗତସିଂହପୁର-ତା -୧୯.୧୧.୨୦୨୬ ରିଖ ବାତ୍ୟା ‘ଅକଭାନ’ ର ମୁକାବିଲା ଓ ପ୍ରଭାବିତ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଶା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ସାଂସଦ,ଜଗତସିଂହପୁର, ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପାରାଦ୍ୱୀପ ର ଷଣ୍ଢକୁଦ ଆଶ୍ରୟସ୍ଥଳୀ କୁ ଯାଇ ଆଶ୍ରିତମାନଙ୍କ ସମସ୍ୟାର ସୁବିଧା ବିଷୟରେ ସୁନିଶ୍ଚିତ କରିଛନ୍ତି । ‘ଅକଭାନ’ ର ମୁକାବିଲା ଓ ପ୍ରଭାବିତ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ଜଗତସିଂହପୁର ଜିଲ୍ଲା ପାଇଁ ସ୍ବତନ୍ତ୍ର ଅଧିକାରୀ ଭାବେ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ୟାମିନୀ ଷଡ଼ଙ୍ଗୀ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ବାଲିକୁଦା ବ୍ଲକ୍‌ର ଓଚିଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର ଓ ମାରିଚାପୁର ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଏରସମା ବ୍ଲକ୍‌ର ଆମ୍ବିକି ନିକଟସ୍ଥ ବାଗାଡ଼ି ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଆଶ୍ରିତ ଲୋକଙ୍କ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। ଆଶ୍ରୟସ୍ଥଳୀଗୁଡ଼ିକରେ ଆଶ୍ରିତଙ୍କୁ ରନ୍ଧା ଖାଦ୍ୟ ଯୋଗାଣ, ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ବୋତଲ ମହଜୁଦ ରଖିବା ଏବଂ ଆବଶ୍ୟକୀୟ ଔଷଧପତ୍ର ଉପଲବ୍ଧ କରାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ବାତ୍ୟା ର ମୁକାବିଲା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଓ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ ପିଲ୍ଲେ କ୍ଷେତ୍ର ପରିଦର୍ଶନ କରି ଲୋକ ମାନଙ୍କ ସୁବିଧାର ବ୍ୟବସ୍ଥା କରିଥିଲେ ।

Jagatsinghpur Cyclone ‘AKVAN’: ଜଗତସିଂହପୁର ଜିଲ୍ଲାରେ ବାତ୍ୟା ‘ଅକଭାନ’ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ – ସମୀକ୍ଷା

ଜିଲ୍ଲାରେ ବାତ୍ୟା “ଅକଭାନ” ସ୍ଥିତି ମୁକାବିଲା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ବିଭିନ୍ନ ବ୍ଲକ୍ କୁ ଯାଇ ଲୋକ ମାନଙ୍କ ସୁବିଧା ନିଶ୍ଚିତ କରାଇଛନ୍ତି । ସାଂସଦ ଜଗତସିଂହପୁର, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ତିର୍ତ୍ତୋଲ ବ୍ଲକ୍ ର ଏମ୍ ଏସ ଏକାଡ଼େମୀ ଆଶ୍ରୟସ୍ଥଳୀ ରେ ଆଶ୍ରିତ ମାନଙ୍କ ସହ ରନ୍ଧା ଖାଦ୍ଯ ଖାଇ ଖାଦ୍ୟ ମାନ ସୁନିଶ୍ଚିତ କରିବା ସହ ପିପଲ MCS ଠାରେ ସ୍ୱାସ୍ଥ୍ୟ ଗତ ସମସ୍ୟା ବୁଝି ସମ୍ପୃକ୍ତ ଅଧିକାରୀଙ୍କୁ ସମସ୍ତ ସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥି ସହ ଜିଲ୍ଲାପାଳ, ସାଂସଦ ଓ ଆରକ୍ଷୀ ଅଧୀକ୍ଷକ ଙ୍କ ସହ କୁଜଙ୍ଗ ବ୍ଲକ୍ ରେ ଆଶ୍ରୟ ସ୍ଥଳୀ ରେ ଲୋକମାନଙ୍କ ସହ ବସି ତାଙ୍କ ଅଭିଯୋଗ ଶୁଣି ତାର ସମାଧାନ ର ବ୍ୟବସ୍ଥା କରିଥିଲେ । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ରଘୁନାଥପୁର ବ୍ଲକ୍ ଯାଇ ନିଜେ ଅସହାୟ ବୃଦ୍ଧ ଓ ବୃଦ୍ଧା ଙ୍କୁ ଖଟିଆରେ ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତରଣ କରାଇଥିଲେ । ଏହା ସହିତ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ଶ୍ରୀ ନିରଞ୍ଜନ ବେହେରା ଏବଂ ଉପ ଜିଲ୍ଲପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ବନ୍ୟାଞ୍ଚଳ ଗୁଡିକୁ ପରିଦର୍ଶନ କରି ସମୀକ୍ଷା କରିବା ସହ ଆଶ୍ରୟ ସ୍ଥଳୀ ରେ ଥିବା ଲୋକମାନଙ୍କ ସୁବିଧା ଅସୁବିଧା କଥା ବୁଝି ଶୁଖିଲା ଓ ରନ୍ଧା ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ ।

ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ସଂଧ୍ୟା ୬ ଘଟିକା ସୁଦ୍ଧା ଜିଲ୍ଲା ରେ ମୋଟ ୧୪୪୩୪ ଜଣଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି, ବିଭିନ୍ନ ବ୍ଲକ୍ ରେ ୧୯୯ ଟି ନିରାପଦ ଆଶ୍ରୟସ୍ଥଳୀ ଖୋଲାଯାଇଛି ଏବଂ ୧୯୨ ଟି ଫ୍ରୀ କିଚେନ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି ଏବଂ ସେହି ଆଶ୍ରୟ ସ୍ଥଳୀ ଗୁଡିକରେ ପ୍ରଭାଵିତ ମାନଙ୍କୁ ଚୁଡା, ଗୁଡ଼, ପାଣି ବୋତଲ, ପଲିଥିନ୍ ରୋଲ୍ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୩୨.୯୫ କ୍ୱିଣ୍ଟାଲ ଚୁଡ଼ା ଏବଂ ୧୦.୫୬ କ୍ୱିଣ୍ଟାଲ ଗୁଡ଼ ଏବଂ ୧୦୫୨୫ ଟି ବିସ୍କୁଟ ପ୍ୟାକେଟ ଓ ପାଣି ବୋତଲ ବଣ୍ଟନ କରାଯାଇଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍ଲକ୍ ର ସି ଏଚ୍ ସି ରେ ୨୪*୭ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ୧୬ ଟି RRT ବା ରାପିଡ ରେସ୍ପନ୍ସ ଟିମ୍ ଆଶ୍ରୟସ୍ଥଳୀ ପରିଦର୍ଶନ କରି ପ୍ରଭାଵିତ ମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରିଛନ୍ତି।ଗର୍ଭବତୀ ମହିଳା ଙ୍କୁ ମା ଗୃହ, ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୩୧ ଜଣ ନିରାପଦ ମାତୃତ୍ୱ ଲାଭ କରିଛନ୍ତି।ବିଭିନ୍ନ ସ୍ଥାନରେ ମହିଳା ମାନଙ୍କୁ ସାନିଟାରୀ ନାପକିନ ବଣ୍ଟନ କରାଯାଇଛି । ଆଶ୍ରୟ ସ୍ଥଳୀ ଗୁଡିକରେ ଡାକ୍ତର ମାନଙ୍କ ଦ୍ୱାରା ସ୍ବାସ୍ଥ୍ଯ ପରୀକ୍ଷା କରାଯାଉଛି।

Jagatsinghpur Cyclone ‘AKVAN’: ଜଗତସିଂହପୁର ଜିଲ୍ଲାରେ ବାତ୍ୟା ‘ଅକଭାନ’ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Cyclone ‘Akbhan’ Press release by the District Collector: ବାତ୍ୟା ‘ଅକଭାନ’ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ପ୍ରେସ ବିଜ୍ଞପ୍ତି