ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା ବରଗଡ଼ କୋରାପୁଟ ମାଲକାନଗିରି କେନ୍ଦ୍ରାପଡ଼ା

Parba-2026 Preparatory meeting: ପରବ-2026 ପାଇଁ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ

Parba-2026 Preparatory meeting: ପରବ-2026 ପାଇଁ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ – ସମୀକ୍ଷା ଖବର

ବସନ୍ତ ପେଗୋଡୋ /ବରିଷ୍ଠ ସାମ୍ବାଦିକ /କୋରାପୁଟ /ସମୀକ୍ଷା ନ୍ୟୁଜ :

କୋରାପୁଟ: 19/11/26 ପରବ-2026 ନିମନ୍ତେ ପଞ୍ଚାୟତ ଓ ବ୍ଲକ ସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଏହି ବର୍ଷ ପରବରେ ମହିଳାଙ୍କ ପାଇଁ ତୀରନ୍ଦାଜି ପ୍ରତିଯୋଗିତା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଦିବ୍ୟାଙ୍ଗ ବ୍ୟକ୍ତି / ଛାତ୍ରଛାତ୍ରୀଙ୍କ ପାଇଁ ଆଥଲେଟିକ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ପରାମର୍ଶ କରି କାର୍ଯ୍ୟକ୍ରମ ତାଲିକା ଚୂଡ଼ାନ୍ତ କରାଯିବ। ସାଂସ୍କୃତିକ ଓ ଶିକ୍ଷାମୂଳକ ପ୍ରତିଯୋଗିତା ପାଇଁ କୋରାପୁଟ ସମ୍ପର୍କୀୟ ବିଷୟବସ୍ତୁ ଯୋଡ଼ିବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି।ପରବ-2026ରେ ସ୍ଥାନୀୟ ଭାଷାରେ ସଞ୍ଚାଳନା ପ୍ରତିଯୋଗିତା ଆୟୋଜନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହା ଜିଲ୍ଳା ସଂସ୍କୃତି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଏବଂ ତାରିଖ ଜିଲ୍ଲା ସଂସ୍କୃତି ଅଧିକାରୀ ନିର୍ଦ୍ଧାରଣ କରିବେ। ସ୍ଥାନୀୟ ଭାଷାର ସଞ୍ଚାଳକମାନଙ୍କୁ ସୁଯୋଗ ଦିଆଯିବ।

Parba-2026 Preparatory meeting: ପରବ-2026 ପାଇଁ ବିଭିନ୍ନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Parab 2026: ପରବ 2026 ଜିଲ୍ଲାର କଳାକାରଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ସ୍ୱତନ୍ତ୍ର ମଞ୍ଚ!