ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି: ୭ ମାସର ଦରମା ବକେୟାvକୁ ନେଇ ଅଧ୍ୟାପକଙ୍କ ଭିତରେ ବିବାଦ

ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି: ୭ ମାସର ଦରମା ବକେୟାvକୁ ନେଇ ଅଧ୍ୟାପକଙ୍କ ଭିତରେ ବିବାଦ – ସମୀକ୍ଷା ଖବର

ରତିକାନ୍ତ ନାୟକ /(ସମୀକ୍ଷା ନିୟୁଜ)​ଧାମନଗର ,୪/୯

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ସ୍ଥିତ ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଦୀର୍ଘଦିନ ହେବ ଆର୍ଥିକ ଅଚଳାବସ୍ଥା ଏବଂ ପ୍ରଶାସନିକ ଅନିଶ୍ଚିତତା ଯୋଗୁଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି। ଏପରିକି ଏହି ବିବାଦ ଥାନା ପର୍ଯ୍ୟନ୍ତ ଯାଇ ଥିବା ଜଣାପଡ଼ିଛି।ପ୍ରକାଶ ଥାଉକି ପ୍ରାୟ ୮ ମାସ ପୂର୍ବରୁ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ଭାରତୀ ନିଜ ପଦବୀରୁ ଓହରିଯିବା ପରେ ଭଦ୍ରକ ଉପ-ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ରଶ୍ମୀକାନ୍ତ ନନ୍ଦ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ମାତ୍ର ତାଙ୍କୁ ଆର୍ଥିକ କ୍ଷମତା (ଫାଇନାନ୍ସିଆଲ୍ ପାୱାର) ପ୍ରଦାନ କରାଯାଇ ନଥିବାରୁ ମହାବିଦ୍ୟାଳୟର ସମସ୍ତ ଆର୍ଥିକ ଦେଣନେଣ ବନ୍ଦ ରହିଛି।

ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି: ୭ ମାସର ଦରମା ବକେୟାvକୁ ନେଇ ଅଧ୍ୟାପକଙ୍କ ଭିତରେ ବିବାଦ – ସମୀକ୍ଷା

ଫଳରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀମାନେ କ୍ରମାଗତ ଭାବେ ୭ ମାସ ହେବ କୌଣସି ଦରମା ପାଇପାରି ନାହାନ୍ତି।ଦୀର୍ଘଦିନ ଧରି ଦରମା ମିଳିନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇବା ସହ ଶେଷରେ ଏହା ଅଧ୍ୟାପକମାନଙ୍କ ମଧ୍ୟରେ ପରସ୍ପର ବିବାଦର ରୂପ ନେଇଛି। ମହାବିଦ୍ୟାଳୟର ଅଧ୍ୟାପକ ହିମାଂଶୁ ଦାସଙ୍କୁ ଅନ୍ୟଣା ଜଣେ ଅଧ୍ୟାପକ ପଙ୍କଜ ମହାପାତ୍ର ବେନାମୀ ଚିଠି ମାଧ୍ୟମରେ ବିଭିନ୍ନ ପ୍ରକାର ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅଧ୍ୟାପକ ହିମାଂଶୁ ଦାସ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ପଙ୍କଜ ମହାପାତ୍ରଙ୍କୁ ଥାନାକୁ ଆଣି ଘଟଣାର ତଦନ୍ତ ଜାରି ରଖିଛି।ବିଶେଷ କରି ଏହା ଖୋଦ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏକ ଶିକ୍ଷାନୁଷ୍ଠାନ ହୋଇଥିବାରୁ, ଏପରି ଗମ୍ଭୀର ସମସ୍ୟା ଓ ଅନ୍ତଃକନ୍ଦଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଶିକ୍ଷାନୁଷ୍ଠାନର ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଆର୍ଥିକ ଅନ୍ତରବୈଷମ୍ୟ ଦୂର କରିବା ଏବଂ ଦରମା ପ୍ରଦାନ ପାଇଁ ସ୍ଥାୟୀ ସମାଧାନ କରିବାକୁ ସାଧାରଣରେ ଦାବି ଜୋର ଧରିଛି।

ମା’ ସାରଦା ଦେବୀ +୩ ମହାବିଦ୍ୟାଳୟରେ ଅଶାନ୍ତି: ୭ ମାସର ଦରମା ବକେୟାvକୁ ନେଇ ଅଧ୍ୟାପକଙ୍କ ଭିତରେ ବିବାଦ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର “ବିଦ୍ୟାଳୟ ରୂପାନ୍ତରଣରେ ‘ପଞ୍ଚସଖା ଶିକ୍ଷା ସେତୁ’ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା”: ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା”- ମୁଖ୍ୟମନ୍ତ୍ରୀ