ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମାଲକାନଗିରିରେ ଶିକ୍ଷକ ଦିବସରେ ବଡ଼ ଉପହାର: ୧୭୬ ଶିକ୍ଷକଙ୍କୁ ପଦୋନ୍ନତି

ମାଲକାନଗିରିରେ ଶିକ୍ଷକ ଦିବସରେ ବଡ଼ ଉପହାର: ୧୭୬ ଶିକ୍ଷକଙ୍କୁ ପଦୋନ୍ନତି – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୦୫/୦୯/୨୬
ଶିକ୍ଷକ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଶିକ୍ଷା ପରିବାର ପାଇଁ ଖୁସିର ଖବର। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ଆଜି ୧୭୬ ଜଣ ଲେବଲ୍-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩ କୁ ପଦୋନ୍ନତି ପ୍ରଦାନ କରାଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଚିଠି ସଂଖ୍ୟା ୫୪୪୭ ଏବଂ ୫୪୫୪ ତା ୩-୯-୨୦୨୬ ମାଧ୍ୟମରେ ପଦୋନ୍ନତି ପାଇବା ଏବଂ ବିଦ୍ୟାଳୟ ନିର୍ଦ୍ଧାରିତ ପାଇଁ ଜିଲ୍ଲାସ୍ତରୀୟ କାଉନସେଲିଂ ପାଇଁ ଆଜି ଆହ୍ୱାନ କରାଯାଇଥିଲା।

ମାଲକାନଗିରିରେ ଶିକ୍ଷକ ଦିବସରେ ବଡ଼ ଉପହାର: ୧୭୬ ଶିକ୍ଷକଙ୍କୁ ପଦୋନ୍ନତି – ସମୀକ୍ଷା


ଏହି ସନ୍ଦର୍ଭରେ ଘୋଷଣା ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଶିକ୍ଷକ ଦିବସ ସମ୍ମାନ ସମାରୋହରେ ଘୋଷଣା କରିଥିଲେ ଓ ଶୁଭେଛା ବାର୍ତ୍ତା ଦେଇଥିଲେ ।
ସମସ୍ତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମକର୍ତ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦନ ହୋଇଅଛି।
ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ, ଏହି ପଦୋନ୍ନତି ହେଉଛି ଶିକ୍ଷକମାନଙ୍କ ନିଷ୍ଠା ଓ କଠିନ ପରିଶ୍ରମର ସମ୍ମାନ। ଏହା ଶିକ୍ଷକମାନଙ୍କୁ ଆହୁରି ପ୍ରେରଣା ଦେବ।
ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଓ ସେମାନେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ମାଲକାନଗିରିରେ ଶିକ୍ଷକ ଦିବସରେ ବଡ଼ ଉପହାର: ୧୭୬ ଶିକ୍ଷକଙ୍କୁ ପଦୋନ୍ନତି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜାତୀୟ ରାଜପଥ ପାଲଟିଛି ଗାଈ ଗୁହାଳ, ୧୬ ନମ୍ବର ଜାତୀୟ ରାଜପଥ ଓ ସର୍ଭିସ ରୋଡ଼ରେ ଗାଈଗୋରୁଙ୍କ ଅବାଧ ବିଚରଣ