ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଟାଙ୍କରରୁ ତେଲ କାଟି ଚୋରାରେ ବିକ୍ରି କରୁଥିବା ଡ୍ରାଇଭର ଓ ହେଲପରକୁ ଗିରଫକଲା ବାଲିଚନ୍ଦ୍ରପୁର ପୋଲିସ

ଟାଙ୍କରରୁ ତେଲ କାଟି ଚୋରାରେ ବିକ୍ରି କରୁଥିବା ଡ୍ରାଇଭର ଓ ହେଲପରକୁ ଗିରଫକଲା ବାଲିଚନ୍ଦ୍ରପୁର ପୋଲିସ – ସମୀକ୍ଷା ଖବର



ଅଜୟ କୁମାର ଦାଶ/ବଡ଼ଚଣା ପ୍ରତିନିଧି / ସମୀକ୍ଷା ନିୟୁଜ/ଯାଜପୁର:

ଚଣ୍ଡିଖୋଲ ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ପାରିପଲେଇ ଠାରେ ଏକ ଟାଙ୍କର ରୁ ପେଟ୍ରୋଲ ଓ ଡିଜେଲ ଚୋରାରେ କାଟି ବିକ୍ରି ଉଦ୍ୟମ କରୁଥିଲା ବେଳେ ବାଲିଚନ୍ଦ୍ରପୁର ପୋଲିସ ଉଭୟ ଡ୍ରାଇଭର ଓ ହେଲପେର କୁ ଗିରଫ କରିବା ସହ ଟାଙ୍କର ଓ କଟା ତେଲ ଜବତ କରିଛି. ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ ଡି ପି ଓ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି. ସୂଚନା ମୁତାବକ ପାରାଦୀପ ରୁ ବୌଦ୍ଧ ଯାଉଥିବା ଟାଙ୍କର ରେ ଉଭୟ ପେଟ୍ରୋଲ ଓ ଡିଜେଲ ଯାଉଥିବା ସମୟରେ ଡ୍ରାଇଭର ଓ ହେଲପର ଦୁଇଟି ପ୍ଲାଷ୍ଟିକ ବାରଲରେ ତେଲ କାଟୁଥିଲେ, ବାଲିଚନ୍ଦ୍ରପୁର ପୁର ପୋଲିସ ଗତକାଲି ଖରାବେଳେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସେମାନଙ୍କୁ ଗିରଫ କରିବା ସହ ତେଲ କାଟିବା ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରିଥିଲା. ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାଲିଚନ୍ଦ୍ରପୁର ଥାନା ଆଇ ଆଇ ସି ଦିଲୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି.

ଟାଙ୍କରରୁ ତେଲ କାଟି ଚୋରାରେ ବିକ୍ରି କରୁଥିବା ଡ୍ରାଇଭର ଓ ହେଲପରକୁ ଗିରଫକଲା ବାଲିଚନ୍ଦ୍ରପୁର ପୋଲିସ – ସମୀକ୍ଷା
ଟାଙ୍କରରୁ ତେଲ କାଟି ଚୋରାରେ ବିକ୍ରି କରୁଥିବା ଡ୍ରାଇଭର ଓ ହେଲପରକୁ ଗିରଫକଲା ବାଲିଚନ୍ଦ୍ରପୁର ପୋଲିସ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି:ପାଣ୍ଡ୍ରିପାଣି ଠାରେ ମଣ୍ଡଳ ସ୍ଥରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ