ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଆନୁମାନିକ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଚୋରା ଚାଲାଣ କାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ – ସମୀକ୍ଷା

ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ଜିଲ୍ଲା ଡିଏଫଓ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୩ଟି ମଟରସାଇକେଲ ଓ ୫ଟି ମୋବାଇଲ ଜବତ କରିଛି ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ମାଥିଲି ଏବଂ ମାଲକାନଗିରି ବନବିଭାଗର ଟିମ୍ ସତିଗୁଡା ନିକଟରେ ଚୋରା ଚାଲାଣକାରୀଙ୍କୁ କାବୁ କରିବାରେ ସଫଳ ହୋଇପାରିଛି । ବଜ୍ରକାପ୍ତା କାତି ସେମାନେ ବାହାର ରାଜ୍ୟକୁ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ।ଏହି ବଜ୍ରକାପ୍ତା କାତି କେଉଁଠୁ ଆସିଲା ଓ ଏହାକୁ କେଉଁଠି ଚୋରା ଚାଲାଣ କରାଯାଉଥିଲା ଆଉ ଏହା ପଛରେ କେଉଁ ମାନେ ସାମିଲ୍ ଅଛନ୍ତି ସେସବୁ ଦିଗକୁ ନେଇ ବନ ବିଭାଗର ତଦନ୍ତ ଜାରି ରହିଛି ବୋଲି ମାଲକାନଗିରି ଡିଏଫଓ ଡି.ସାଇ କିରଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ଏସିଏଫ ପ୍ରିୟଙ୍କା ମହୁକା, ରେଞ୍ଜର ରମେଶ ରାଉତ ସହିତ ବନବିଭାଗର ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବରଗଡ଼:ଶୂନ୍ୟ ସହନଶୀଳତା ନୀତିରେ ନିଶା ମାଫିଆଙ୍କ ନିଦ ହଜାଇଛନ୍ତି ଏସପି ରବୀନ୍ଦ୍ର ନାଥ ଶତପଥୀ