ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ମାଲକାନଗିରି:ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର

ମାଲକାନଗିରି:ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
ମାଲକାନଗିରି: ମାଲକାନଗିରି ସଦର ମାଡଭି ପେଟ୍ରୋଲ ପମ୍ପ ନିକଟରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଅଜଗରଟିର ଲମ୍ବ ପ୍ରାୟ ୮ ଫୁଟ ଏବଂ ଓଜନ ୧୫ କିଲୋଗ୍ରାମରୁ ଅଧିକ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ବୁଲା କୁକୁର ତା’ର ନବଜାତ ଛୁଆମାନଙ୍କ ସହ ରହୁଥିଲା। ପେଟ୍ରୋଲ ପମ୍ପ କର୍ମଚାରୀ କୁକୁର ଓ ଛୁଆମାନଙ୍କୁ ଖାଦ୍ୟ ଦେବା ସମୟରେ ହଠାତ୍‌ ଏକ ଅଜଗର ସାପ ନଜରକୁ ଆସିଥିଲା। ଏହା ଦେଖି ପମ୍ପ କର୍ମଚାରୀ ସାପ ଉଦ୍ଧାର ହେଲ୍ପଲାଇନକୁ ଫୋନ୍ କରିଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍‌ର କାର୍ଯ୍ୟକର୍ତ୍ତା ନାନୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଚେଷ୍ଟା ପରେ ସୁରକ୍ଷିତ ଭାବେ ଅଜଗରଟିକୁ ଉଦ୍ଧାର କରାଯାଇଥିଲା। ପରେ ସାପଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବନ ବିଭାଗର ସୂଚନା ଅନୁସାରେ ନିରାପଦ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ଅଜଗରଟି ଉଦ୍ଧାର ହେବା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆଶ୍ୱସ୍ତ ଅନୁଭବ କରିଛନ୍ତି।

ମାଲକାନଗିରି:ପେଟ୍ରୋଲ ପମ୍ପ ନିକଟରୁ ୮ ଫୁଟିଆ ଅଜଗର ଉଦ୍ଧାର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି:ସେବା ସଂକଳ୍ପ ଅଭିଯାନର ଶୁଭାରମ୍ଭ: ମାଲକାନଗିରି ଜିଲ୍ଲାସାରା ପ୍ରଜ୍ଜ୍ୱଳିତ ହେଲା ଆଶୀର୍ବାଦର ଦୀପ