ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବଣ୍ଡାଘାଟିରେ ମ୍ୟାଲେରିଆ ମୁକ୍ତ ଅଭିଯାନମୁଦୁଲିପଡ଼ା ପଞ୍ଚାୟତର ନେତୃତ୍ୱରେ ଜନସଚେତନତା; ମଶାରି ବ୍ୟବହାର ଓ ଜ୍ୱର ପରୀକ୍ଷା ଉପରେ ଗୁରୁତ୍ୱ

ବଣ୍ଡାଘାଟିରେ ମ୍ୟାଲେରିଆ ମୁକ୍ତ ଅଭିଯାନମୁଦୁଲିପଡ଼ା ପଞ୍ଚାୟତର ନେତୃତ୍ୱରେ ଜନସଚେତନତା; ମଶାରି ବ୍ୟବହାର ଓ ଜ୍ୱର ପରୀକ୍ଷା ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡ଼ା ଗ୍ରାମ ପଞ୍ଚାୟତରେ ‘ମ୍ୟାଲେରିଆ ମୁକ୍ତ ଅଭିଯାନ’ର ଶୁଭାରମ୍ଭ ହୋଇଛି। ମ୍ୟାଲେରିଆ ନିରାକରଣକୁ ଜନଆନ୍ଦୋଳନରେ ପରିଣତ କରିବା ସହ ପ୍ରତ୍ୟେକ ପରିବାରକୁ ଏହି ରୋଗ ସମ୍ପର୍କରେ ସଚେତନ କରିବା ଅଭିଯାନର ମୁଖ୍ୟ ଲକ୍ଷ୍ୟ।
ପିରାମଲ୍ ଫାଉଣ୍ଡେସନ୍‌, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଅନୁକୂଲ୍ୟରେ ଏବଂ ମୁଦୁଲିପଡ଼ା ଗ୍ରାମ ପଞ୍ଚାୟତର ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଛି।

ବଣ୍ଡାଘାଟିରେ ମ୍ୟାଲେରିଆ ମୁକ୍ତ ଅଭିଯାନମୁଦୁଲିପଡ଼ା ପଞ୍ଚାୟତର ନେତୃତ୍ୱରେ ଜନସଚେତନତା; ମଶାରି ବ୍ୟବହାର ଓ ଜ୍ୱର ପରୀକ୍ଷା ଉପରେ ଗୁରୁତ୍ୱ – ସମୀକ୍ଷା

ଅଭିଯାନରେ ସ୍ୱେଚ୍ଛାସେବୀମାନେ ଗାଁ ଗାଁ ବୁଲି ମ୍ୟାଲେରିଆ ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ସଚେତନ କରିବେ।
ଏହି ଅବସରରେ ରାତିରେ ନିୟମିତ ମଶାରି ବ୍ୟବହାର, ଜ୍ୱର ହେଲେ ତୁରନ୍ତ ମ୍ୟାଲେରିଆ ପରୀକ୍ଷା କରାଇବା ଏବଂ ମ୍ୟାଲେରିଆ ଚିହ୍ନଟ ହେଲେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ସମ୍ପୂର୍ଣ୍ଣ ଔଷଧ କୋର୍ସ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବଣ୍ଡାଘାଟିରେ ମ୍ୟାଲେରିଆ ମୁକ୍ତ ଅଭିଯାନମୁଦୁଲିପଡ଼ା ପଞ୍ଚାୟତର ନେତୃତ୍ୱରେ ଜନସଚେତନତା; ମଶାରି ବ୍ୟବହାର ଓ ଜ୍ୱର ପରୀକ୍ଷା ଉପରେ ଗୁରୁତ୍ୱ – ସମୀକ୍ଷା


କାର୍ଯ୍ୟକ୍ରମରେ ସମ୍ବାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ସରପଞ୍ଚ ସମ୍ବାରୀ ଧାଙ୍ଗଡ଼ା ମାଝୀ, ନାଏବ ସରପଞ୍ଚ ସୂର୍ଯ୍ୟ କିର୍ସାନୀ ଓ ତୁଳାଗୁରୁମ ପଞ୍ଚାୟତର ୱାର୍ଡ ସଭ୍ୟ ଶୁକ୍ରା କିର୍ସାନୀ ଉପସ୍ଥିତ ଥିଲେ। ପିରାମଲ୍ ଫାଉଣ୍ଡେସନ୍‌ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ରାଜାରାମ ମଲ୍ଲିକ, ସ୍ୱାସ୍ଥ୍ୟକର୍ମୀ ଦୁର୍ଗା ପ୍ରସାଦ ସାହୁଙ୍କ ସମେତ ଅନ୍ୟମାନେ ମ୍ୟାଲେରିଆ ନିରାକରଣର ଗୁରୁତ୍ୱ ଉପରେ ମତ ରଖିଥିଲେ।
ଶେଷରେ ଉପସ୍ଥିତ ଜନସାଧାରଣ ବଣ୍ଡାଘାଟିକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସାମୂହିକ ଶପଥ ନେଇଥିଲେ। ମ୍ୟାଲେରିଆ ମୁକ୍ତ ମୁଦୁଲିପଡ଼ା ପଞ୍ଚାୟତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା।

ବଣ୍ଡାଘାଟିରେ ମ୍ୟାଲେରିଆ ମୁକ୍ତ ଅଭିଯାନମୁଦୁଲିପଡ଼ା ପଞ୍ଚାୟତର ନେତୃତ୍ୱରେ ଜନସଚେତନତା; ମଶାରି ବ୍ୟବହାର ଓ ଜ୍ୱର ପରୀକ୍ଷା ଉପରେ ଗୁରୁତ୍ୱ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗଣେଶ ପୂଜା ଓ ନୂଆଁଖାଇ ସାଂସ୍କୃତିକ ପର୍ବ ଉଦ୍‌ଯାପିତ