ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଶୁଭାରମ୍ଭ

ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଶୁଭାରମ୍ଭ – ସମୀକ୍ଷା ଖବର

ରଞ୍ଜନ ହୋତା /ସ୍ୱତନ୍ତ୍ର ପ୍ରତିନିଧି/ ସୁବର୍ଣ୍ଣପୁର:
ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା (୨୦୨୬-୨୭) ଅଧୀନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଏକ ତୀର୍ଥଯାତ୍ରୀ ଦଳ ସମ୍ବଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନ ପରିସରରୁ ଦୁଇ ଗୋଟି ବସକୁ ପତାକା ଦେଖାଇ ଏହି ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା।

ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଶୁଭାରମ୍ଭ – ସମୀକ୍ଷା

ଏହି ସମାରୋହରେ ବୀରମହାରାଜପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଶ୍ରୀ ଅଶ୍ୱିନୀ ମେହେର, ସୋନପୁର ଉପ-ଜିଲ୍ଲାପାଳ ଡ. ସୌମ୍ଯରୂପା ରଥ, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଶ୍ରୀ ସାନନ୍ଦ ମେହେର, ଶ୍ରୀ ସ୍ଵରୂପ ପାତ୍ର ଏବଂ ଅନ୍ୟାନ୍ୟ ପଦାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କର ଶୁଭ ଓ ନିରାପଦ ଯାତ୍ରା କାମନା କରିଥିଲେ।ଯୋଜନା ମୁତାବକ, ସମସ୍ତ ୫୨ ଜଣ ତୀର୍ଥଯାତ୍ରୀ ୨୨ ସେପ୍ଟେମ୍ବର ୨୦୨୬ ରେ ସମ୍ବଲପୁର ରେଳଷ୍ଟେସନରୁ ସ୍ୱେଶାଲ ଟ୍ରେନ୍ ଯୋଗେ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବାହାରିବେ। ଏହି ଆଧ୍ୟାତ୍ମିକ ଯାତ୍ରା ସେପ୍ଟେମ୍ବର ୨୨ ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ପରିଚାଳନାରେ ସଫଳତାର ସହ ଆୟୋଜିତ ହୋଇଛି।

ସୁବର୍ଣ୍ଣପୁରରୁ ‘ବାରଣାସୀ-ଅଯୋଧ୍ୟା’ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଦଳଙ୍କ ଯାତ୍ରା ଶୁଭାରମ୍ଭ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସୁବର୍ଣ୍ଣପୁରରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ