ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କ୍ରିକେଟ ଖେଳିବା ବେଳେ ଆରଆଇଙ୍କ ମୃତ୍ଯୁ

କ୍ରିକେଟ ଖେଳିବା ବେଳେ ଆରଆଇଙ୍କ ମୃତ୍ଯୁ – ସମୀକ୍ଷା ଖବର

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ:

ରାୟଗଡା : କ୍ରିକେଟ ଖେଳ ହେଲା କାଳ। ହୃଦଘାତରେ ଜଣେ ସରକାରୀ କର୍ମଚାରୀ କ୍ରିକେଟ ଖେଳୁଥିବା ବେଳେ ଅସୁସ୍ଥ ହୋଇ ମୃତ୍ୟବରଣ କଲା ଭଳି ଦୁଃଖଦାୟକ ଖବର ସାମ୍ନାକୁ ଆସିଛି I ମୃତକ ଜଣଙ୍କ ହେଉଛନ୍ତି ପି. ରାଜେଶ I ସେ ଗୁଡାରି ବ୍ଲକରେ ରାଜସ୍ବ ନିରୀକ୍ଷକ ରୂପେ କାର୍ଯ୍ୟ କରୁଥିଲେ I ସୂଚନାରୁ ଜଣାପଡିଛି ଆଜି ରାଜେଶ ଆଇଏସିଆର୍ କଲେଜ ନିକଟସ୍ଥ ଆର ସି ସି ଖେଳ ପଡିଆରେ କ୍ରିକେଟ ଖେଳୁଥିଲେ I ଖେଳୁଥିବା ସମୟରେ ସେ ଅସୁସ୍ଥ ଅନୁଭବ କରିବାରୁ ଅନ୍ୟ ଖେଳାଳିଙ୍କୁ ଅବଗତ କରିଥିଲେ I କିଛି ସମୟ ପରେ ମୁହଁ ବୁଲାଇ ପଡି ଯାଇଥିଲେ I ସହଯୋଗୀ ଖେଳାଳୀ ମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିଲିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ I କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ସୂଚନାରୁ ଜଣାପଡିଛି ରାଜେଶ ୱଇକେଟ କିପର ଭାବେ ଆଜି କିଛି ସମୟ ଖେଳୁଥିଲେ ଓ ଅସୁସ୍ଥ ହୋଇଥିଲେ I ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ବିୟୋଗରେ ରାୟଗଡା ବିଧାୟକ ଅପଲାସ୍ୱାମୀ କIଡ୍ରାକା ଶୋକ ପ୍ରକାଶ କରିଛନ୍ତି I ମୃତ ରାଜେଶଙ୍କ ଘର ରାୟଗଡା ସହର ସ୍ଥିତ ୟେଦୁ ସାହିରେ I ଏନେଇ ରାୟଗଡା ପୁଲିସ ଘଟଣାର ତଦନ୍ତ କରୁଛି

କ୍ରିକେଟ ଖେଳିବା ବେଳେ ଆରଆଇଙ୍କ ମୃତ୍ଯୁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଶ୍ୱ ପର୍ଯ୍ୟଟନ ଦିବସରେ କଳାହାଣ୍ଡି ପ୍ରମୋ ରନ୍‌୨୦୦ରୁ ଊର୍ଦ୍ଧ୍ୱ ଧାବକଙ୍କ ଅଂଶଗ୍ରହଣ