ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ନୂଆପଡ଼ା ଗଞ୍ଜାମ

ବାତ୍ୟା ପ୍ରଭାବିତ ଗ୍ରାମରେ ପହଂଚିଛନ୍ତି ମାଲକାନଗିରି ବଙ୍ଗାଳୀ ସମାଜ, ସମସ୍ୟାକୁ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ ପ୍ରତିଶୃତି

ବାତ୍ୟା ପ୍ରଭାବିତ ଗ୍ରାମରେ ପହଂଚିଛନ୍ତି ମାଲକାନଗିରି ବଙ୍ଗାଳୀ ସମାଜ, ସମସ୍ୟାକୁ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ ପ୍ରତିଶୃତି – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୨୯/୦୯/୨୬
ମାଲକାନଗିରି ଜିଲ୍ଲାରେ ଗତ ୨୩ ତାରିଖରୁ ୨୫ ତାରିଖ ପ ର୍ଯ୍ୟନ୍ତ ବାତ୍ୟା ଅର୍ଣବ ପ୍ରଭାବରେ ଜିଲ୍ଲାରେ ଅନେକ କ୍ଷୟ କ୍ଷତି ହୋଇଥିବା ଦେଖା ଦେଇଛିା ଜିଲ୍ଲାର ବିଭିନ୍ନ ଅଂଚଳରୁ ଏଭଳି ଖବର ଆସିଥିବାବେଳେ ବାତ୍ୟା ପ୍ରଭାବିତ ଗ୍ରାମରେ ପହଂଚିଛନ୍ତି ମାଲକାନଗିରି ବଙ୍ଗାଳୀ ସମାଜ । ବିଶେଷ କରି କାଲିମେଳା ବ୍ଲକରେ ଅଧିକ ପ୍ରଭାବ ପଡିଥିବା ବେଳେ ଭେଜାଙ୍ଗିବାଡା ଗ୍ରାମ ପଂଚାୟତର ଏମ୍‌.ପି.ଭି. ୧୬ ଗ୍ରାମରେ ବର୍ଷା ଜଳ ପ୍ରବେଶ କରି ଗ୍ରାମର କିଛିଅଂଶ ଜଳମଗ୍ନ ହୋଇଥିଲ।। ଫଳରେ ଏହି ଗ୍ରାମର ୧୦ଟି ଘର ମଧ୍ୟରେ ବର୍ଷାଜଳ ପ୍ରବେଶ କରିଥିଲା । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଏହି ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରିବା ସହ ସୁର କ୍ଷିତ ଜାଗାରେ ରଖି ଖାଦ୍ୟପେୟର ବ୍‌୍ୟବସ୍ଥା କରିଛନ୍ତି । ଏହି ଗ୍ରାମରେ ୧୦ରୁ ଉର୍ଧ ଚାଷୀଙ୍କ ଚାଷ ଜମି ବର୍ଷାରେ ନଷ୍ଟ ହୋଇଥିବା ବେଳେ କିଛି ଲୋକଙ୍କ ଘର ଭାଙ୍ଗି ଯାଇଛି । ଯାହା ଉପସ୍ଥିତ ବଙ୍ଗାଳୀ ସମାଜର ପଦାଧିକାରୀଙ୍କ ନିକଟରେ ଗ୍ରାମବାସୀ ମାନେ ଉପସ୍ଥାପନ କରିଥିଲୋ ଏହି ଗ୍ରାମରେ ୪୨ ପରିବାର ବସବାସ କରୁଥିବା ବେଳେ ସେଥିମଧ୍ୟରୁ ୧୦୭ ଜଣ ପୁରୁଷ ରହିଥିବା ବେଳେ ୯୩ ଜଣ ମହିଳା ରହିଛନ୍ତି, ସେଥିମଧ୍ୟରୁ ଶୂନ ରୁ ପାଂଚବର୍ଷ ଶିଶୁ ୨୧ ଜଣ ରହିଛନ୍ତିା ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ହେଲେ ଏହି ଗ୍ରାମର ୧୦ଟି ପରିବାରର ଘର ଜଳମଗ୍ନ ହେଉଥିବା ନଜିର ରହିଛିା ଚଳିତ ବର୍ଷ ମଧ୍ୟ ପୂର୍ୱଭଳି ଜଳମଗ୍ନ ହୋଇଥିବା ଦେଖା ଯାଇଛିା ଏହି ୧୦ ପରିବାରଙ୍କୁ ସୁର କ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତିା ତତ୍ ସହିତ ଗ୍ରାମରେ ବିଦ୍ୟାଳୟ ରହିଥିଲେ ସୁଦ୍ଧା ଶିକ୍ଷକ ନାହାନ୍ତି ।

ବାତ୍ୟା ପ୍ରଭାବିତ ଗ୍ରାମରେ ପହଂଚିଛନ୍ତି ମାଲକାନଗିରି ବଙ୍ଗାଳୀ ସମାଜ, ସମସ୍ୟାକୁ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ ପ୍ରତିଶୃତି – ସମୀକ୍ଷା

ବାଧ୍ୟ ହୋଇ ନିକଟବର୍ତୀ ଗ୍ରାମ ଏମ୍‌.ପି.ଭି. ୨୦ ବିଦ୍ୟାଳୟରେ ଏହି ଗ୍ରାମର ୧୭ଜଣ ଛାତ୍ରଛାତ୍ରୀ ପାଠ ପଢିବା ନିମନ୍ତେ ଯାଉଥିବା ଗ୍ରାମବାସୀ ଅଭି ଯୋଗ କରିଛନ୍ତିା ଯଥାଶୀଘ୍ର ଏହି ଗ୍ରାମର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରା ଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତିା ତେବେ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ସମସ୍ତ ସମସ୍ୟା ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ କରା ଯିବ ବୋଲି ସମାଜ ତରଫରୁ ପ୍ରତିଶୃତି ଦେଇଛନ୍ତିା ଏହି ଅବସରରେ ମାଲକାନଗିରି ବଙ୍ଗାଳୀ ସମାଜର ସାଧାରଣ ସମ୍ପାଦକ ମନୋଜ ଚୌଧୁରୀ, କୋର୍ କମିଟି ସଦସ୍ୟ ମାଣିକଲାଲ ଚକ୍ରବର୍ତୀ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ନିହାର ରାୟ, ବଙ୍ଗାଳୀ ସମାଜର ଗଣମାଧ୍ୟମ ସଂ ଯୋଜକ ଅସୀମ ବିଶ୍ୱାସ, ଭେଜାଙ୍ଗିବାଡା ଜୋନାଲ କମିଟି ସମ୍ପାଦକ ଅଶୋକ ମଣ୍ଡଳଙ୍କ ସହ ସଞ୍ଜୟ ମିସ୍ତ୍ରୀ, ଅମର ଗାଇନ, ସୁନିଲ ମଣ୍ଡଳ, ମୃତ୍ୟୁଞ୍ଜୟ ରାୟ, ମନ୍ମଥ ହାଲଦାରଙ୍କ ସହ ସତାଧୀକ ଗ୍ରାମବାସୀ ଉପସ୍ଥିତ ଥିଲୋ

ବାତ୍ୟା ପ୍ରଭାବିତ ଗ୍ରାମରେ ପହଂଚିଛନ୍ତି ମାଲକାନଗିରି ବଙ୍ଗାଳୀ ସମାଜ, ସମସ୍ୟାକୁ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନ ପ୍ରତିଶୃତି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜୀବିକା ବିକାଶ କର୍ମଶାଳା