ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜୀବିକା ବିକାଶ କର୍ମଶାଳା

ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜୀବିକା ବିକାଶ କର୍ମଶାଳା – ସମୀକ୍ଷା ଖବର

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ହଳଦୀ, ତା ୨୮/୦୯/୨୬ (ଭଗବାନ ମହାନ୍ତି):ବଲାଙ୍ଗୀର ଜିଲ୍ଲା ହଳଦୀ ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଠାରେ ଜନମୁକ୍ତି ଅନୁଷ୍ଠାନ ଦ୍ୱାରା ପରିଚାଳିତ ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ସହଯୋଗରେ ଚାଲୁଥିବା ପ୍ରକଳ୍ପ ଅନ୍ତର୍ଗତ ଏକ ପଞ୍ଚାୟତ ସ୍ତରୀୟ ନିରନ୍ତର ଜୀବିକା ବିକାଶ ଓ ଆୟ ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ହଳଦୀ ସରପଞ୍ଚ ସୌମିନା ସେଠ୍, ସମ୍ମାନିତ ଅତିଥି ଭାବେ ମୁରିବାହାଲ ଓ ଲଖନା ଏ ଓ ନିରୁପମା ନାୟକ ଓ ସସ୍ମିତା ବେହେରା ମଞ୍ଚାସୀନ ଥିଲେ। ହଳଦୀ ଗ୍ରାମ ପଞ୍ଚାୟତର ୧୬ଟି ଗ୍ରାମର ୫୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ହେଲା ହଳଦୀ ଗ୍ରାମ ପଞ୍ଚାୟତର ୬୦୦ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ନିରନ୍ତର ଜୀବିକା ବିକାଶ ଓ ଆୟ ବୃଦ୍ଧି ଏବଂ ମାଲିଶିରା ଓ ବିଟାବନ୍ଧ ପଞ୍ଚାୟତର ୬୦୦ ପରିବାରଙ୍କୁ ସରକାରଙ୍କ ଜନମଙ୍ଗଳ ଯୋଜନାରେ ସାମିଲ କରିବା ଏବଂ ଜୈବିକ ଖତ ପ୍ରସ୍ତୁତି ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା।

ଜନମୁକ୍ତି ଅନୁଷ୍ଠାନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜୀବିକା ବିକାଶ କର୍ମଶାଳା – ସମୀକ୍ଷା

କର୍ମଶାଳାକୁ ଅନୁଷ୍ଠାନର କର୍ମୀ ପ୍ରକାଶ କୁମାର ବନ୍ଦିଛୋର ପରିଚାଳନା କରିଥିବା ବେଳେ ଚିତ୍ରଲେଖା ସାହୁ ପ୍ରକଳ୍ପର ଛଅ ମାସର ପ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ। ସଞ୍ଜୀବ କୁମାର ବାରିକ, ଲଳିତ ରଣା, ଧର୍ମ ସାହୁ, ସଞ୍ଜିତା ହାତୀ, ସୁବର୍ଣ୍ଣ ବାଗ, ଛନ୍ଦା ଚରଣ ସାହୁ, ସୁଶିଲ ସାହୁ, ବୈଷ୍ଣବୀ ମହାକୁର, ବିଧୁ ବାଗ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କିରଣ ଜାଲ ସମସ୍ତଙ୍କୁ ଧନ୍ୟବାଦ ଦେଇ କର୍ମଶାଳାକୁ ସମାପ୍ତ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନର୍ଲା ବ୍ଲକରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର