ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି /ମାଲକାନଗିରି / ସମୀକ୍ଷା ନିୟୁଜ:
୩୦/୦୯/୨୬
ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ମାଥିଲି ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସେ ମାଥିଲି ବ୍ଲକରେ AEE ଭାବେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ମାଲକାନଗିରି DRDAରେ ସଂଲଗ୍ନ ଥିଲେ।ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶିଶିର କୁମାର ଦାଶଙ୍କ ବିଭିନ୍ନ ସମ୍ପତ୍ତି ଉପରେ ହୋଇଥିବା ତଲାସୀ ସମୟରେ ୨ଟି ବହୁତଳ କୋଠା, ଯାହାର ମୋଟ ନିର୍ମିତ ଅଞ୍ଚଳ ପ୍ରାୟ ୯,୩୦୦ ବର୍ଗଫୁଟ୍, ୬ଟି ମୂଲ୍ୟବାନ ପ୍ଲଟ୍, ପ୍ରାୟ ୮୨ ଲକ୍ଷ ଟଙ୍କାର ଜମାରାଶି ଏବଂ ଗୋଟିଏ ଚାରିଚକିଆ ଯାନ ଠାବ ହୋଇଛି।ଭିଜିଲାନ୍ସର ପ୍ରାଥମିକ ଆକଳନ ଅନୁଯାୟୀ, ଉକ୍ତ ସମ୍ପତ୍ତି ସମ୍ପର୍କରେ ଶିଶିର କୁମାର ଦାଶ ସନ୍ତୋଷଜନକ ହିସାବ ଦେଇପାରିନଥିବା ଅଭିଯୋଗ ରହିଛି। ଏହି ଘଟଣାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୧୧/୨୦୨୬ ରୁଜୁ ହୋଇଛି।ଗିରଫ ପରେ ଅଭିଯୁକ୍ତ ଶିଶିର କୁମାର ଦାଶଙ୍କୁ ଆଜି ବ୍ରହ୍ମପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ମାନ୍ୟବର ବିଚାରପତିଙ୍କ ନିକଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଏହି ମାମଲାରେ ତଦନ୍ତ ଜାରି ରହିଛି।






