ନୂଆପଡ଼ାରୁ କେଦାର ଜଗତଙ୍କ ରିପୋର୍ଟ ସମୀକ୍ଷା ନିୟୁଜ
ଖଡ଼ିଆଳ/ନୂଆପଡ଼ା ୨ ଅକ୍ଟୋବର :
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ‘ସେବା ସଙ୍କଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ଖଡ଼ିଆଳ ଉପକାରାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତଥା କୃଷକ ମୋର୍ଚ୍ଚାର ନେତା ଯୁବରାଜ ଜଗତଙ୍କ ନେତୃତ୍ୱରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ସେବା, ସତ୍ୟ ଓ ଅହିଂସାର ଆଦର୍ଶକୁ ସ୍ମରଣ କରାଯାଇଥିଲା। ସମାଜରେ ସେବା ଓ ମାନବିକତାର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ଆବଶ୍ୟକସ୍ଥଳରେ ସହଯୋଗର ହାତ ବଢ଼ାଇବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ସଙ୍କଳ୍ପ ନେଇଥିଲେ।

ଏହି ଅବସରରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରତନଲାଲ ଚନ୍ଦ୍ରାକର, ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଜିଲ୍ଲା ଉପସଭାପତି ରାତ୍ରନନ୍ଧ ମନହିରା, ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଳାନ, ପୂର୍ବତନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ ତିବାରୀ, ପୂର୍ବତନ ଜିଲ୍ଲା ଅଧ୍ୟକ୍ଷା ପୂସପାଞ୍ଜଳି ପାଣ୍ଡେ, ଜିଲ୍ଲା ଉପସଭାପତି ଲକ୍ଷ୍ମୀ ନାରାୟଣ ନାୟକଙ୍କ ସମେତ ବିଭିନ୍ନ ମଣ୍ଡଳର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଗାନ୍ଧୀଜୀଙ୍କ ଆଦର୍ଶକୁ କେବଳ ସ୍ମରଣ ନକରି ତାହାକୁ ଦୈନନ୍ଦିନ ଜୀବନ ଓ ସମାଜସେବାରେ ପ୍ରୟୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।






