ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଗଞ୍ଜାମ ଖୋର୍ଦ୍ଧା ମାଲକାନଗିରି

ବର୍ଷେ ପୂରିନି, ଝଡ଼ୁଛି ପଲସ୍ତରା; ୧.୭୦ କୋଟିର ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ

ବର୍ଷେ ପୂରିନି, ଝଡ଼ୁଛି ପଲସ୍ତରା; ୧.୭୦ କୋଟିର ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ – ସମୀକ୍ଷା ଖବର


ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼
ନୂଆଗାଁ, ୦୪/୧୦: ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ନପୂରୁଣୁ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର କୋଠାର ରଙ୍ଗ ଛାଡ଼ିବା ସହ ବିଭିନ୍ନ ସ୍ଥାନରୁ ପଲସ୍ତରା ଝଡ଼ୁଥିବା ଅଭିଯୋଗ ହୋଇଛି। ଘଟଣାଟି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା କଷ୍ଟି ଡାକୁଆ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠା ସମ୍ପର୍କିତ। କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ କୋଠାର ଏଭଳି ଅବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ କାର୍ଯ୍ୟର ମାନ ଓ ତଦାରଖ ଉପରେ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ବାହାଡ଼ାଝୋଲା କଷ୍ଟି ଡାକୁଆ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ୨୯ ମେ ୨୦୨୩ରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ନୂତନ କୋଠାର ନିର୍ମାଣ ଶେଷ ହେବାକୁ ପ୍ରାୟ ଦୁଇବର୍ଷ ସମୟ ଲାଗିଥିଲା। ମାତ୍ର କାର୍ଯ୍ୟ ଶେଷ ହେବାର ବର୍ଷେ ନପୂରୁଣୁ କୋଠାର ବିଭିନ୍ନ ସ୍ଥାନରେ ରଙ୍ଗ ଖୋଳପା ହୋଇ ଛାଡ଼ିବା ଆରମ୍ଭ କରିଥିବା ବେଳେ ପଲସ୍ତରା ମଧ୍ୟ ସହଜରେ ଝଡ଼ୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଉକ୍ତ କୋଠାର ନିର୍ମାଣ କାର୍ଯ୍ୟ ପୁଲିସ ହାଉସିଂ ବୋର୍ଡ ବିଭାଗ ପକ୍ଷରୁ ଟେଣ୍ଡର ମାଧ୍ୟମରେ କରାଯାଇଥିବା ଏବଂ ପ୍ରକଳ୍ପ ପାଇଁ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ବ୍ୟବସ୍ଥା ରହିଥିବା ସୂଚନା ମିଳିଛି। ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ବେଳକୁ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ପରବର୍ତ୍ତୀ ସମୟରେ କୋଠାକୁ ଗେରୁଆ ରଙ୍ଗ କରାଯାଇଥିଲା।

ବର୍ଷେ ପୂରିନି, ଝଡ଼ୁଛି ପଲସ୍ତରା; ୧.୭୦ କୋଟିର ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ – ସମୀକ୍ଷା


ତେବେ ଏତେ ଅର୍ଥ ବ୍ୟୟରେ ନିର୍ମିତ କୋଠାର ରଙ୍ଗ ଅଳ୍ପ ସମୟ ମଧ୍ୟରେ ଖୋଳପା ହୋଇ ଛାଡ଼ିବା ଏବଂ ପଲସ୍ତରା ଝଡ଼ିବା ଘଟଣାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଫଳରେ ନୂତନ କୋଠାଟି ଏବେଠାରୁ ବିବର୍ଣ୍ଣ ଦେଖାଯାଉଥିବା ସେମାନେ କହିଛନ୍ତି।
ସରକାର ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବହୁ ଅର୍ଥ ବ୍ୟୟ କରୁଥିବା ବେଳେ ନୂତନ କୋଠାର ଏଭଳି ଅବସ୍ଥା ହେଲେ ନିର୍ମାଣ ସମୟରେ ବ୍ୟବହୃତ ସାମଗ୍ରୀର ଗୁଣବତ୍ତା ଓ ବିଭାଗୀୟ ତଦାରଖ ଠିକ୍ ଭାବେ ହୋଇଥିଲା କି ନାହିଁ, ତାହାର ଯାଞ୍ଚ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।
ଏହାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଘଟଣାସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ କରିବା ସହ ରଙ୍ଗ ଓ ପଲସ୍ତରା ଏତେ କମ୍ ସମୟରେ କାହିଁକି ନଷ୍ଟ ହେଉଛି ତାହାର କାରଣ ଖୋଜି ଆବଶ୍ୟକ ମରାମତି କରାଇବାକୁ ଦାବି ହୋଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ମାମଲା:ଚନ୍ଦକାରେ ପୋଲିସ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଶ୍ରୀଧର ପଣ୍ଡାଗୋଡ଼ରେ ବାଜିଲା ଗୁଳି