ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ରାଜ୍ୟରେ ଯୁବ ପିଢ଼ି ଓ ଜନ ମାନସରେ ଉତ୍ସାହ ଭରୁଛି ବିକଶିତ ଭାରତ ସେବା ସଂକଳ୍ପ ଅଭିଯାନ’ସେବା ସଂକଳ୍ପ ଜ୍ୟୋତି ଯାତ୍ରା’

ରାଜ୍ୟରେ ଯୁବ ପିଢ଼ି ଓ ଜନ ମାନସରେ ଉତ୍ସାହ ଭରୁଛି ବିକଶିତ ଭାରତ ସେବା ସଂକଳ୍ପ ଅଭିଯାନ’ସେବା ସଂକଳ୍ପ ଜ୍ୟୋତି ଯାତ୍ରା’ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:


ମାଲକାନଗିରି:, ୦୮/୧୦/୨୬: ରାଜ୍ୟରେ ଜନସେବା, ଦେଶଭକ୍ତି ଏବଂ ସାମାଜିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ବିକଶିତ ଭାରତ ସେବା ସଂକଳ୍ପ ଅଭିଯାନ’ ଅଧୀନରେ ସେବା ଜ୍ୟୋତି ମଶାଲ ଯାତ୍ରା ଏବେ ସାରା ଓଡ଼ିଶାରେ ଏକ ବଡ଼ ଜନ ଆନ୍ଦୋଳନର ରୂପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘ ବର୍ଷର ଜନସେବା ଓ ରାଷ୍ଟ୍ର ନିର୍ମାଣର ଯାତ୍ରା ଦ୍ୱାରା ଅନୁପ୍ରାଣିତ ହୋଇ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଏହି ମାସେ ବ୍ୟାପୀ ଅଭିଯାନ ପ୍ରତି ଅଞ୍ଚଳରେ ଲୋକଙ୍କୁ ଏକାଠି କରୁଛି। ଏହି ମଶାଲ ଯାତ୍ରାକୁ ଭବ୍ୟ ସ୍ୱାଗତ କରାଯିବା ସହିତ ଏହା ସ୍ଥାନୀୟ ମାଲ୍ୟବନ୍ତ ହଷ୍ଟେଲ ଛକ ଠାରୁ ଏକ ପଦଯାତ୍ରା ରେ ସ୍ଥାନିୟ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ପହଞ୍ଚି ଥିଲେ ।ବିଶେଷଭାବେ ଏହା ମାଧ୍ୟମରେ ସେବା ଓ ଜନକଲ୍ୟାଣ ଉପରେ ଗୁରୁତ୍ୱ ଦିଆଯାଉ ଥିବା ବେଳେ ଏହି ଯାତ୍ରାର ମୂଳ ଲକ୍ଷ୍ୟ ଲୋକଙ୍କ ମଧ୍ୟରେ ସେବାଭାବ ଜାଗ୍ରତ କରିବା ସହ ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା। ବିଶେଷ କରି ମହିଳା, ଯୁବପିଢ଼ି, ଚାଷୀ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ବିକାଶ ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟରେ ଯୁବ ପିଢ଼ି ଓ ଜନ ମାନସରେ ଉତ୍ସାହ ଭରୁଛି ବିକଶିତ ଭାରତ ସେବା ସଂକଳ୍ପ ଅଭିଯାନ’ସେବା ସଂକଳ୍ପ ଜ୍ୟୋତି ଯାତ୍ରା’ – ସମୀକ୍ଷା

ମାଲକାନଗିରି ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଶୋକ ପରିଡ଼ା, ସାଂସଦ ଶ୍ରୀ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ, ରାଜ୍ୟ ଉପ ସଭାପତି ତଥା ଜିଲ୍ଲା ପ୍ରଭାରୀ ରମେଶ ସାହୁ ମଞ୍ଚରେ ନିଜ ଅଭିଭାବଣରେ ନରେଦ୍ର ମୋଦି ଙ୍କ ବିକଶିତ ଭାରତ ୨୦୪୭ ଅଭିଯାନ ସହ ସ୍ୱପ୍ନ ସାକାର କରିବା କୁ ନେଇ ମତ ରଖିଥିଲେ । ଶେଷରେ ସାଂସଦ ବିକଶିତ ଭାରତ କୁ ନେଇ ଶପଥ ପାଠ କରାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡମ୍ବରୁ ସୀସା, ବାଲିମେଳା ଚେୟାର ମ୍ୟାନ ପ୍ରଦୀପ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଗଙ୍ଗା ସୋଡ଼ି, ଅଧକ୍ଷ। ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର INDIA ବ୍ଲକ୍‌ର ବିରୋଧ ପ୍ରଦର୍ଶନକୁ ନେଇ କଙ୍ଗନା ରାନାୱତଙ୍କ କଟାକ୍ଷ