ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି /ନୂଆପଡା/ ସମୀକ୍ଷା ନ୍ୟୁଜ:
ନୂଆପଡ଼ା, ୦୮/୧୦ : ଶିକ୍ଷକ ସମାଜ ପାଇଁ କଳଙ୍କର ଛିଟା ବୋଲି ଦେଲେ ଜଣେ ପ୍ରଧାନ ଶିକ୍ଷକ। ସେ ନିଜର ସ୍ୱାର୍ଥ ପାଇଁ ନିଜର ତଳିଆ କର୍ମଚାରୀଙ୍କ ଠାରୁ ଲାଞ୍ଚ ମାଗି ଶେଷରେ କଳାକନା ବୋଲି ହୋଇ ସମାଜ ରେ ଅପଦସ୍ତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାର ଏକଲବ୍ଯ ମଡେଲ ଆବାସିକ ବିଦ୍ୟାଳୟରେ। ପ୍ରଧାନଶିକ୍ଷକଙ୍କୁ ଲାଞ୍ଚ ନେବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ( CBI )ଗିରଫ କରିଛି ।ସିବିଆଇ ସୂଚନା ଅନୁଯାୟୀ, 1, ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ସହାୟକ ନର୍ସ ଓ ଧାତ୍ରୀ (ଏଏନଏମ୍)ଙ୍କ ଚାକିରି ଅବଧି ବୃଦ୍ଧି ପାଇଁ ସୁପାରିଶ କରିବା ବଦଳରେ ପ୍ରଧାନଶିକ୍ଷକ ପ୍ରଥମେ ୨୦ ହଜା ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗ ପାଇବା ପରେ ସିବିଆଇ ଅକ୍ଟୋବର ୭ ତାରିଖ ଖରେ ଏକ ମାମଲା ଲା ରୁଜୁ କରିଥିଲା Iପରବର୍ତ୍ତୀ ଆଲୋଚନାରେ ଅଭିଯୁକ୍ତ ୨୦ ହଜାର ଟଙ୍କା ବଦଳରେ ୧୨ ହଜାର ଟଙ୍କା ନେବାକୁ ପ୍ରଥମେ ରାଜି ହୋଇଥିଲେ। ଏହାପରେ ସିବିଆଇ ଏକ ସ୍ୱତନ୍ତ୍ର ଫାନ୍ଦ ପକାଇଥିଲା ଓ ଧରିବାରେ ସକ୍ଷମ ହୋଇଥିଲା। ଅକ୍ଟୋବର ୭ ତାରିଖରେ ଅଭିଯୋଗକାରୀଙ୍କ ଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସିବିଆଇ ଟିମ୍ ପ୍ରଧାନଶିକ୍ଷକଙ୍କୁ ହାତେ ହାତ ଧରି ଗିରଫ କରିଥିଲା। ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।






