ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଗୁଣୁପୁରରେ ବ୍ଲକସ୍ତରୀୟ ‘ସେବା ସେତୁ’ ଶିବିର ଅନୁଷ୍ଠିତ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଯୋଗଦାନ

ଗୁଣୁପୁରରେ ବ୍ଲକସ୍ତରୀୟ ‘ସେବା ସେତୁ’ ଶିବିର ଅନୁଷ୍ଠିତ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଯୋଗଦାନ – ସମୀକ୍ଷା ଖବର

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:

ରାୟଗଡା- ଗୁଣୁପୁର, ୯ ଅକ୍ଟୋବର: ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲାର ଗୁଣୁପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ‘ସେବା ସେତୁ’ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଏକଦିବସୀୟ ଶିବିରରେ ପ୍ରାୟ ୩୦୦ ଜଣ ଲୋକ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ ସେବାର ସୁଯୋଗ ନେଇଥିଲେ।
କାର୍ଯ୍ୟକ୍ରମରେ ରାୟଗଡ଼ା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଗୁଣୁପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲ୍ଲୀ ଶବର, ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁଦର୍ଶନ ଶବର ଏବଂ ଅତିରିକ୍ତ ତହସିଲଦାର ଅଭିଳାଷ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଶିବିରରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନେ ଉପସ୍ଥିତ ଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ, କୃଷି, ଉଦ୍ୟାନ କୃଷି ଏବଂ TPSODL ସମେତ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲାଯାଇ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା।
ସ୍ୱୟଂ ସହାୟକ ଗୋଷ୍ଠୀକୁ ୩୫ ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ
ଏହି ଶିବିରରେ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ମିଶନ ଶକ୍ତି ବିଭାଗ ପକ୍ଷରୁ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଯଥାକ୍ରମେ ୨୦ ଲକ୍ଷ ଓ ୧୫ ଲକ୍ଷ ଟଙ୍କାର ଋଣ ମଞ୍ଜୁରୀ ସମ୍ପର୍କିତ ଚେକ୍ ପ୍ରଦାନ କରାଯାଇଥିଲା। ଏହି ସହାୟତା ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ଜୀବିକା ବିକାଶ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଗୁଣୁପୁରରେ ବ୍ଲକସ୍ତରୀୟ ‘ସେବା ସେତୁ’ ଶିବିର ଅନୁଷ୍ଠିତ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଯୋଗଦାନ – ସମୀକ୍ଷା


ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୪ଟି ଜନ୍ମ ପ୍ରମାଣପତ୍ର ଓ ୬ଟି ମୃତ୍ୟୁ ପ୍ରମାଣପତ୍ର, ଯୋଗାଣ ବିଭାଗ ପକ୍ଷରୁ ୧୭ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ଶ୍ରମ ବିଭାଗ ପକ୍ଷରୁ ୧୦ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ ଏବଂ ୭ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା କାର୍ଡ ପ୍ରଦାନ କରାଯାଇଥିଲା। ଫଳରେ ଯୋଗ୍ୟ ହିତାଧିକାରୀମାନେ ଗୋଟିଏ ସ୍ଥାନରେ ବିଭିନ୍ନ ସରକାରୀ ସେବା ପାଇବାର ସୁଯୋଗ ପାଇଥିଲେ।
କାର୍ଯ୍ୟକ୍ରମକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ପରିଚାଳନା କରିଥିଲେ। ଏଥିରେ GPDO ଶ୍ୱେତାଶ୍ରୀ ବାରିକ, BPC ଲାଜାର ଭୂୟାଁ, JA ପ୍ରଭାତ କୁମାର ଶବରଙ୍କ ସମେତ ଚନ୍ଦ୍ରଶେଖର ପଟ୍ଟନାୟକ, ଅଜିତ କୁମାର ସାହୁ, ପବିତ୍ର ଗମାଙ୍ଗ, ସ୍ୱାତି ମାଣ୍ଡାଙ୍ଗି, ଦୀପାରାଣୀ ସେଠୀ ଏବଂ ଏମ୍ ବି କେ ମାନେ ସହଯୋଗ କରିଥିଲେ।
ଶେଷରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଲ୍ୟାଣସିଂହପୁର: ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ