ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଚାଷୀଙ୍କ ହିତରେ ଆସୁନି ଆଖୁଆପଦା ଜଳ ସମ୍ପଦ ବିଭାଗର ୪ ନମ୍ବର ଓ 5 ନମ୍ବର କେନାଲ ସଫେଇ ନାଁରେ ମହାଦୃନୀତି ଶୁଖିଲା ପଡିଛି କେନାଲ

ଚାଷୀଙ୍କ ହିତରେ ଆସୁନି ଆଖୁଆପଦା ଜଳ ସମ୍ପଦ ବିଭାଗର ୪ ନମ୍ବର ଓ 5 ନମ୍ବର କେନାଲ ସଫେଇ ନାଁରେ ମହାଦୃନୀତି ଶୁଖିଲା ପଡିଛି କେନାଲ – ସମୀକ୍ଷା ଖବର

ରତିକାନ୍ତ ନାୟକ/ ଧାମନଗର/ସମୀକ୍ଷା ନ୍ୟୁଜ:

ଧାମନଗର ତା 9/10 : ସମ୍ପଦ ବିଭାଗର ଦୂରଦୃଷ୍ଟିହୀନତା ଓ ଚରମ ଅବହେଳା ଯୋଗୁଁ ଧାମନଗର ବ୍ଲକ ଅଞ୍ଚଳରେ ଚାଷକାର୍ଯ୍ୟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରଚଣ୍ଡ ଖରାରେ କେନାଲ ଶୁଖିଲା ପଡ଼ିଥିବା ବେଳେ ଜମି ଫାଟି ଆଁ କରିଛି। ବିଶେଷ କରି ଆଖୁଆପଦା ଜଳ ସମ୍ପଦ ବିଭାଗ ଅଧୀନସ୍ଥ ୪ ନମ୍ବର ଓ ୫ ନମ୍ବର କେନାଲ ଏବେ ଚାଷୀଙ୍କ କୌଣସି କାମରେ ଆସୁନାହିଁ। ଫଳରେ ହଜାର ହଜାର ଚାଷୀ ଆଶଙ୍କା ଓ ନିରାଶା ମଧ୍ୟରେ ଦିନ କାଟୁଛନ୍ତି।ଲମ୍ବ ପ୍ରାୟ ୧୮ କିଲୋମିଟର ପରିବ୍ୟାପ୍ତ ଏହି ୪ ନମ୍ବର କେନାଲ ଉପରେ କୋଠାର, ଗଢ଼ିଆଳି, କଲ୍ୟାଣୀ, ଚୁଡ଼ାକୁଟି, ଭଗବାନପୁର ପଞ୍ଚାୟତ ସମେତ ଧାମନଗର ଏନ୍‌ଏସି (NAC)ର କିଛି ଅଂଶ ନିର୍ଭର କରିଥାନ୍ତି। ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ପରିବାର ଏହି କେନାଲ ପାଣିକୁ ଆଧାର କରି ନିଜର ଫସଲ ଅମଳ କରନ୍ତି। ହେଲେ ବର୍ତ୍ତମାନ କେନାଲରେ ଟୋପାଏ ହେଲେ ପାଣି ନଥିବାରୁ ଜମି ଶୁଖି ଶୁଖି ଫାଟିବାକୁ ଲାଗିଲାଣି।

ଚାଷୀଙ୍କ ହିତରେ ଆସୁନି ଆଖୁଆପଦା ଜଳ ସମ୍ପଦ ବିଭାଗର ୪ ନମ୍ବର ଓ 5 ନମ୍ବର କେନାଲ ସଫେଇ ନାଁରେ ମହାଦୃନୀତି ଶୁଖିଲା ପଡିଛି କେନାଲ – ସମୀକ୍ଷା

ଫସଲ ଶୁଖି ନଷ୍ଟ ହେବାକୁ ବସିଥିଲେ ବି କେନାଲରେ ପାଣି ଛାଡ଼ିବା ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। କ୍ଷେତ୍ର ସ୍ତରରେ ସମସ୍ୟା ପରିଦର୍ଶନ କରିବା ପାଇଁ କୌଣସି କନିଷ୍ଠ ଯନ୍ତ୍ରୀ (JE) କିମ୍ବା ଖଲାସି କେନାଲ ଅଞ୍ଚଳକୁ ବୁଲିବାକୁ ଆସୁନାହାନ୍ତି। ଚାଷୀମାନେ ଜଳାଭାବ ନେଇ ଅଭିଯୋଗ କରୁଥିଲେ ସୁଦ୍ଧା କୌଣସି କର୍ମଚାରୀ କ୍ଷେତ୍ର ପରିଦର୍ଶନ ନକରିବା ବିଭାଗୀୟ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରତିବର୍ଷ କେନାଲ ସଫେଇ ଓ ରକ୍ଷଣାବେକ୍ଷଣ ନାମରେ ଜଳ ସମ୍ପଦ ବିଭାଗ ଲକ୍ଷ ଲକ୍ଷ ଟଙ୍କାର ବଜେଟ୍ ଖର୍ଚ୍ଚ ଦେଖାଉଛି। ହେଲେ ବାସ୍ତବରେ କେନାଲର ପଙ୍କ ଉଦ୍ଧାର କିମ୍ବା ମରାମତି କାର୍ଯ୍ୟ ହେଉନାହିଁ। କେବଳ କାଗଜପତ୍ରରେ ସଫେଇ କାର୍ଯ୍ୟ ଦେଖାଇ ଅର୍ଥ ଆତ୍ମସାତ୍ କରାଯାଉଥିବା ଅଭିଯୋଗ ହୋଇଛି। ଜଳ ବିନା ଫସଲ ନଷ୍ଟ ହେବାକୁ ବସିଥିବାରୁ କୋପାକୁଳ ଚାଷୀମାନେ ଏବେ ଆନ୍ଦୋଳନମୁଖୀ ହେବାକୁ ଚେତାବନୀ ଦେଇଛନ୍ତି। ତୁରନ୍ତ ୪ ଓ ୫ ନମ୍ବର କେନାଲରେ ଜଳସେଚନ ବ୍ୟବସ୍ଥା ସ୍ବାଭାବିକ ନକଲେ ଏବଂ ଅବହେଳା କରୁଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ଚାଷୀସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଜଘାଟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା: ଡବଲ ଇଞ୍ଜିନ ସରକାରର ବିଫଳତାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ