ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜେକେପୁରରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଅନୁଷ୍ଠିତ

ଜେକେପୁରରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଅନୁଷ୍ଠିତ – ସମୀକ୍ଷା ଖବର

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:

ବୈଶ୍ୟ ସମାଜର ଏକତା, ବିକାଶ ଓ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ: ଜେକେପୁର ଅଲ୍ ଓଡ଼ିଶା ବୈଶ୍ୟ ମହାସଂଘ ଆନୁକୂଲ୍ୟରେ ଆଜି ଜେକେପୁରଠାରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମହାସଭାରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବୈଶ୍ୟ ସଂଘର ପ୍ରତିନିଧି ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ବୈଶ୍ୟ ସମାଜର ବିଭିନ୍ନ ସମସ୍ୟା, ସାମାଜିକ ଓ ଆର୍ଥିକ ବିକାଶ, ସଂଗଠନର ଦୃଢ଼ୀକରଣ, ପାରସ୍ପରିକ ଏକତା ଏବଂ ଭବିଷ୍ୟତରେ ହାତକୁ ନିଆଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସଭାରେ ବ୍ୟାପକ ଆଲୋଚନା ହୋଇଥିଲା। ଜିଲ୍ଲାର ସମସ୍ତ ଅଞ୍ଚଳର ବୈଶ୍ୟ ସମାଜର ପ୍ରତିନିଧିମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ସମାଜର ସାମଗ୍ରିକ ଉନ୍ନତି ଓ ସମସ୍ୟାର ସମାଧାନ ଦିଗରେ ମତବିନିମୟ କରିବା ଏହି ମହାସଭାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା। ଏଭଳି ସମାବେଶ ସମାଜର ସଦସ୍ୟମାନଙ୍କ ମଧ୍ୟରେ ଭାଇଚାରା, ସମନ୍ୱୟ ଓ ସଂଗଠନ ପ୍ରତି ଆନୁଗତ୍ୟ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା।

ଜେକେପୁରରେ ରାୟଗଡ଼ା ଜିଲ୍ଲା ବୈଶ୍ୟ ମହାସଭା ଅନୁଷ୍ଠିତ – ସମୀକ୍ଷା

ଏହି ମହାସଭାକୁ ସୁଚାରୁ ରୂପେ ଆୟୋଜନ କରି ସଫଳ କରିବାରେ ଜେକେପୁର କଳିଙ୍ଗ ବୈଶ୍ୟ ସଂଘର ସଭାପତି, କାର୍ଯ୍ୟକାରୀ ସଦସ୍ୟ ଏବଂ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିଙ୍କ ଭୂମିକା ପ୍ରଶଂସନୀୟ। ସେମାନଙ୍କ ନିଷ୍ଠା, ଉଦ୍ୟମ ଓ ସହଯୋଗ ପାଇଁ ହୃଦୟରୁ କୃତଜ୍ଞତା ଜଣାଯାଇଛି। ଭବିଷ୍ୟତରେ ମଧ୍ୟ ଏଭଳି ମହାସଭା ନିୟମିତ ଆୟୋଜିତ ହୋଇ ବୈଶ୍ୟ ସମାଜର ଏକତାକୁ ଅଧିକ ସୁଦୃଢ଼ କରିବା ସହ ସମାଜର ବିଭିନ୍ନ ସମସ୍ୟାର ସମାଧାନ ଓ ସାମଗ୍ରିକ ଉନ୍ନତି ପାଇଁ ନୂତନ ଦିଗ ଦେଖାଇବ ବୋଲି ଆଶା ପ୍ରକାଶ କରାଯାଇଛି। ଏକତା ହିଁ ସମାଜର ଶକ୍ତି, ସଂଗଠନ ହିଁ ଉନ୍ନତିର ମାର୍ଗ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ