ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ

ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୨/୧୦/୨୬ – ପାର୍ବଣ ଋତୁ ଏବଂ ସହରର ଚଳଚଞ୍ଚଳ, ଗହଳିକୁ ଓ ଆନ୍ତଃ ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ, ଲୁଟେରା, ଡକାୟତ ମାନେ ସୀମାନ୍ତ ଚତୁଃପାର୍ଶ୍ବ ବାମନଘାଟୀ ଉପଖଣ୍ଡରେ ସକ୍ରିୟ ହୋଇ ଉଠିଛନ୍ତି, ଯୋଜନା ମୁତାବକ ଲୁଟତରାଜ ଚଳାଇଛନ୍ତି ‌। ଧନ ଓ ଜୀବନ ସହ ଜନସାଧାରଣଙ୍କ ସୁରକ୍ଷା ନେଇ ରାଇରଙ୍ଗପୁର ଜିଲ୍ଲା ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ସହ ଅସାମାଜିକଙ୍କ ଗତିବିଧି ଉପରେ କଡା ନଜର ରଖିଛି । ସେହି କ୍ରମେ ଵହଳଦା ଥାନା ଅଞ୍ଚଳରେ ଆନ୍ତଃ ରାଜ୍ୟ ଦୁଇଟି କୁଖ୍ୟାତ ଗେଙ୍ଗର ୯ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ ଏବଂ ସେମାନଙ୍କଠାରୁ ବିପୁଳ ମାରଣାସ୍ତ୍ର ସାମଗ୍ରୀ ଓ ଟଙ୍କା ଜବତ ନେଇ ରାଇରଙ୍ଗପୁର ଟାଉନଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ସୁରେଶ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଗଣମାଧ୍ଯମକୁ ସୂଚନା ଦେବା ଅବସରରେ ସେ କହିଛନ୍ତି ଯେ ଶନିବାର ବିଳମ୍ବିତ ରାତିରେ ଵହଳଦା ଥାନା ଅଞ୍ଚଳର ଗମ୍ଭାରିଆର ପ୍ରସିଦ୍ଧ ରାବଣପୋଡି ପଡ଼ିଆର ନିଛାଟିଆ ଜାଗାରେ ୭ଜଣ ଆନ୍ତଃ ରାଜ୍ୟ ଡକାୟତ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଵହଳଦା ଥାନାଧିକାରୀ ଭାସ୍କର ପ୍ରଧାନଙ୍କ ନେତୃତ୍ବରେ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିବାବେଳେ ଗମ୍ଭାରିଆର ପ୍ରସିଦ୍ଧ ନିଛାଟିଆ ଜଙ୍ଗଲବୁଦା ଥିବା ରାବଣପୋଡ଼ି ପଡ଼ିଆରେ କିଛି ଅଜଣା ଵ୍ଯକ୍ତିଙ୍କ ଟୁପୁରୁ ଟାପୁରୁ ଶବ୍ଦ ଓ ଟର୍ଚ୍ଚ ଆଲୁଅ ଦେଖି ଅତର୍କିତ ଭାବରେ ଚାରିପଟୁ ଘେରାଉ କରି ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଖଣ୍ଡିଏ ଚାରିଚକିଆ ଯାନ, ଦୁଇଟି ଖଣ୍ଡା, ଟଙ୍କା, ଲଙ୍କା ଗୁଣ୍ଡ ପ୍ୟାକେଟ୍ ସହ କେତେକ ମରଣାସ୍ତ୍ର ସମାଗ୍ରୀ ଜବତ କରିଛନ୍ତି ।

ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ – ସମୀକ୍ଷା

ଗିରଫଙ୍କ ମଧ୍ୟରେ ଝରପୋଖରିଆ ଥାନା ଅଞ୍ଚଳର ଡୁମୁରିଆ ଗ୍ରାମର ରାଜା ବେହେରା (୧୯), ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡମକୂରାଡିହି ଗ୍ରାମର ଶେକ୍ ସଫରଉଦ୍ଦିନ (୨୪) ଓ ଶେକ୍ ଅଜମଲ (୩୨), ଝାରଖଣ୍ଡର ରାଜ୍ଯର କୁୱାଲି ଥାନା ଅଞ୍ଚଳର ଜୟୀ ସିଟ୍ (୨୫), ବାଦାମ ପାହାଡ ଥାନା ଅନ୍ତର୍ଗତ ଦେଓ ଗାଁ ଅଞ୍ଚଳର ଜଗଜିତ୍ ମହାନ୍ତ (୨୦) ପ୍ରମୁଖ ରହିଛନ୍ତି । ସେହିପରି ଵହଳଦା ଥାନା ଅଞ୍ଚଳର ଖେଜୁରିତାଣ୍ଡି ଅଞ୍ଚଳରେ ଡ଼କାୟତି ନେଇ ଯୋଜନା କରୁଥିବାବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମକୁରାଡିହି ଗ୍ରାମର ଶେକ୍ ରାଜାଉଦ୍ଦିନ (୨୩) ଙ୍କୁ ଗିରଫ କରି ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହ ଗୁଳି ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ନେଇ ଗଣମାଧ୍ଯକୁ ସୂଚନା ଦେଇଥିଲେ । ଜେରା କ୍ରମେ ଅଭିଯୁକ୍ତ ମାନେ ଡକାୟତି କରିବା ଯୋଜନା ନେଇ ସ୍ୱୀକାର କରିଥିଲେ । ପୋଲିସର ମାରାଥନ୍ ଜେରାରେ ସେମାନେ ଡକାୟତ ଉଦ୍ଯମ ଏବଂ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଥାନାରେ ପୂର୍ବରୁ ଅନେକ ଗୁଡିକ ଅପରାଧୀ ମାମଲା ସହିତ ଜଡିତ ବୋଲି ମଧ୍ୟ ସ୍ଵୀକାର କରିଥିଲେ । ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ବୀରେନ୍ଦ୍ର କୁମାର ସେନାପତି, ଥାନା ଅଧିକାରୀ ଭାସ୍କର ପ୍ରଧାନ ଓ ଅନ୍ୟ ପୋଲିସ ଅଧିକାରି ମାନେ ଉପସ୍ଥିତ ଥିଲେ । ଜିଲ୍ଲା ଆରକ୍ଷୀଙ୍କ ପରାମର୍ଶ କ୍ରମେ ଵହଳଦା ଥାନାଧିକାରୀ ଭାସ୍କର ପ୍ରଧାନ ଏବଂ ଟିମ୍ ର ଦୁଇଦୁଇଟି ଘଟଣାରେ ଲଗାତାର‌ ଡକାୟତକୁ ଗିରଫକରିବା ସହ ଡକାୟତ ଯୋଜନାକୁ ପଣ୍ଡ କରିବାପାଇଁ ପୋଲିସର ଏଭଳି ପଦକ୍ଷେପ ଓ ସଫଳତାକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ଦାବି ରଖିଛନ୍ତି ।

ଦୂର୍ଗାପୂଜା ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ପୋଲିସର ଚଢ଼ାଉ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାଟଣାରେ ଦଶହରା କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦଘାଟିତ