ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ଖୋର୍ଦ୍ଧା କେନ୍ଦୁଝର ପୁରୀ

ଜିଲ୍ଲାପାଳଙ୍କ ଜନଶୁଣାଶି ଶିବିର

ଜିଲ୍ଲାପାଳଙ୍କ ଜନଶୁଣାଶି ଶିବିର – ସମୀକ୍ଷା ଖବର

ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ :

ବୋଲଗଡ଼ :୧୨।୧୦ ବ୍ଳକ ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଅମ୍ରିତ ପ୍ରିତ ଋତୁ ଋତୁରାଜ, ବିଧାୟକ ପ୍ରଦୀପ କୁମାର ସାହୁ ଏବଂ ଏସ୍‌ପି ପରମାରସ୍କୃତି ପୁରୋଷୋତ୍ତମ ଦାସ ପ୍ରମୁଖ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ସମାଧାନର ବାଟ ଫିଟାଇଥିଲେ।ଏହି ଶିବିରରେ ମୋଟ ୬୮ଟି ସହ ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୫୨ଟି ବ୍ୟକ୍ତିଗତ ଏବଂ ୧୬ଟି ସାମୂହିକ ଅଭିଯୋଗ ଥିଲା। ୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଜନଶୁଣାଣି ଅବସରରେ ମର୍ଦାବାଡ଼ି ଗ୍ରାମର ନାବାଳକ ନିହାର ହାର ବେହେରାଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ୨୫୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏସ୍‌ପି ଏବଂ ତହସିଲଦାର ବ୍ୟକ୍ତିଗତ ଭାବେ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଲେ । ସେହିପରି ପରି ଚମ୍ପାଇଲୋ ,ସାନବଡ଼ ଓ ମାଗୁରା ଗ୍ରାମକୁ ମହାନଦୀର ବୃହତ୍ ଜଳ ପ୍ରକଳ୍ପ ପାଇପ୍ ଇପ୍ ସଂଯୋଗ ସଂ ହୋଇନ‌ଥିବା ଅଭିଯୋଗ ହୋଇଥିଲା। ବିଭାଗୀୟ ଅଧିକାରୀମାନେ ବୁଲି ଦେଖିବା ସହ ଖୁବ୍ ଶୀଘ୍ର ଜଳ ଯୋଗାଣ ପ୍ରତିଶ୍ରୁତି ଦେଇଛନ୍ତି। ବିଡିଓ ସୁମନ ସୁଧା କୁଣ୍ଡୁଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ସ୍ବସ୍ତିକ ସଂକଳ୍ପ ସାହୁ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ତହସିଲଦାର ବିଜୟ କୁମାର ସେଠୀଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଯୋଗଦେଇଥିଲେ । ଏବିଡିଓ ଡ. ରତିକାନ୍ତ ମିଶ୍ର, ବରିଷ୍ଠ ରାଜସ୍ବ ଅଧିକାରୀ ନାଗେଶ୍ୱର ପ୍ରଧାନ, ଆଲୋକ କୁମାର ଜେନା, ଦାଶରଥ୍ ମିଶ୍ର ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

ଜିଲ୍ଲାପାଳଙ୍କ ଜନଶୁଣାଶି ଶିବିର – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୩୦୦ ମିଟର ମାଟି ରାସ୍ତା ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ:ରାସ୍ତା ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ