ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:
ଓଡ଼ିଶାରେ ଦୁର୍ଗାପୂଜା ପାଇଁ ମଣ୍ଡପଗୁଡ଼ିକରେ ଜୋରଦାର ପ୍ରସ୍ତୁତି ଚାଲିଛି। ଚଳିତ ବର୍ଷ ସହରରେ ୧୯୫ଟି ପୂଜା ମେଢ଼ ନିର୍ମାଣ କରାଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ୨୦୨୬ ଭୁବନେଶ୍ୱର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ଏବଂ ଖବରଗୁଡ଼ିକ ନିମ୍ନରେ ଦିଆଗଲା:

ପ୍ରମୁଖ ମଣ୍ଡପର ଆକର୍ଷଣୀୟ ତୋରଣ :
- ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ: ଏଥର ରସୁଲଗଡ଼ରେ ୟୁରୋପର ପ୍ରସିଦ୍ଧ ଭାଟିକାନ ସିଟିର ଝଲକ ଦେଖିବାକୁ ମିଳିବ।
- ଲକ୍ଷ୍ମୀସାଗର ଦୁର୍ଗାପୂଜା ମଣ୍ଡପ: ଏହି ମଣ୍ଡପରେ ମାଲେସିଆର କଳା ଚାପ ଏବଂ ସେଠାକାର ଶୈଳୀର ପ୍ରତିରୂପ ଦେଖିବାକୁ ମିଳିବ।
- ଷ୍ଟେସନ ବଜାର: ଏଠାରେ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏକ ମନମୁଗ୍ଧକର ଓ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଛି। ମଣ୍ଡପ ଭିତରେ ମଣିଷର ଦୈନନ୍ଦିନ ସଂଘର୍ଷର କାହାଣୀ ଓ ବାହାରେ ମାଙ୍କ ବିଭିନ୍ନ ଅବତାର କାହାଣୀ ଶୋଭା ପାଇଛି |
- ନୟାପଲ୍ଲୀ: ନୟାପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ମା’ଙ୍କର ଷୋଡ଼ଶ ଦିନାତ୍ମକ ପୂଜା ଉତ୍ସବ ବେଶ୍ ଆଡମ୍ବର ସହକାରେ ଆରମ୍ଭ ହୋଇଛି। ଏଠାରେ ମଧ୍ୟ ଅତି ସୁନ୍ଦର ବିଶାଳ ତୋରଣ ଶୋଭାପାଇଛି |
- ପଳାଶୁଣୀ : ପଳାଶୁଣୀ ମଣ୍ଡପରେ ଜୟପୁରର ହାୱା ମହଲ ଡିଜାଇନ ସ୍ଥାନ ପାଇଛି |





