ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଓଷ୍ଟା ପକ୍ଷରୁ ଅକ୍ଷୟ କୁମାର ମହାନ୍ତି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଷ୍ଟା ପକ୍ଷରୁ ଅକ୍ଷୟ କୁମାର ମହାନ୍ତି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା – ସମୀକ୍ଷା ଖବର

ବିଜୟ କୁମାର ମହାପାତ୍ର / ସମୀକ୍ଷା ନ୍ୟୁଜ/ ପିପିଲି :

ପିପିଲି ତା ୧୪।୧୦: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ, ଓଷ୍ଟା ତରଫରୁ ଏକ ସମ୍ବର୍ଦ୍ଧନା ସଭା ନହଳାପଡା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅମୀୟ ରଞ୍ଜନ ରାଉତ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ପୁରୀ ଜିଲ୍ଲା ଓଷ୍ଟା ର ସମ୍ପାଦକ ବିଭୁଦତ୍ତ ନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯାମିନୀକାନ୍ତ ନାୟକ, କାକଟପୁର ବ୍ଲକ ସମ୍ପାଦକ ଗୋପାଳ ଚନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ପିପିଲି ବ୍ଲକ ଓଷ୍ଟା ର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମହାନ୍ତିଙ୍କୁ ବିଗତ ଦିନରେ ସଙ୍ଘ ପ୍ରତି ଥିବା କର୍ତ୍ତବ୍ୟନିଷ୍ଠl କାର୍ଯ୍ୟ ଉପରେ ପ୍ରଂଶସା କରାଯାଇ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ସର୍ବଶ୍ରୀ ଶଶୀଭୁଷଣ ମହାପାତ୍ର, ନିମାଇଁ ଚରଣ ଆଚାର୍ଯ୍ୟ, ହର୍ଷମଣି ସେନାପତି, ନିରଞ୍ଜନ ରଥ, ଦିଲ୍ଲୀପ କୁମାର ସାହୁ, ପ୍ରଶାନ୍ତ କୁମାର ପରିଡା ଏବଂ ମାଧବ ମହାପାତ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟ ଦକ୍ଷତା କୁ ସମ୍ମାନ ଜଣାଇ ଥିଲେ। ପିପିଲି ବ୍ଲକ ଓଷ୍ଟା ର ସମ୍ପାଦକ ହେମନ୍ତ କୁମାର ପ୍ରଧାନ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ l

ଓଷ୍ଟା ପକ୍ଷରୁ ଅକ୍ଷୟ କୁମାର ମହାନ୍ତି ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର ମା ଦୁର୍ଗତି ନାଶିନି ଦୂର୍ଗାଙ୍କ ପୂଜା ଚାଲି ଥିବା ବେଳେ ଇଫକୋ ପରିସରରେ ଦାଣ୍ଡିଆ ନୃତ୍ୟ