ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ – ସମୀକ୍ଷା ଖବର

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:

ରାୟଗଡ ,ତା ୧୪.୧୦.୨୦୨୬ ବ୍ଲକ ସଦଭାବନା ଗୃହରେ ଦୁଇଦିନ ଧରି ବୁଥ ସ୍ତରୀୟ ଅଧିକାରୀ, ଗ୍ରାମ ପଞ୍ଚାୟତ ସ୍ତରୀୟ ସୂପରଭାଇଜର ଏବଂ ସର୍ଭେ ଦଳଙ୍କ ତାଲିମ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ୱାର୍ଡ ୱାରି ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ରାୟଗଡ ଜିଲ୍ଲାରେ ଏହି ପ୍ରକ୍ରିୟା ଅକ୍ଟୋବର ଛବିଶି ତାରିଖରୁ ଆରମ୍ଭ ହେବ । ସର୍ଭେ ଦଳ ଘରକୁ ଘର ବୁଲି ଏହା ପ୍ରସ୍ତୁତ କରିବେ । ପ୍ରତି ୱାର୍ଡର ଭୋଟର ଗୋଟିଏ ଘର ନମ୍ୱରରେ ଯୋଡ଼ିହେବା ସହ ନୂତନ ଓ ବାଦ ପଡ଼ିଥିବା ଭୋଟର ଚିହ୍ନଟ ହେବେ । ଫଳରେ ସମସ୍ତ ଯୋଗ୍ୟ ଭୋଟର ସ୍ଥାନିତ ହେବା ସହ ଅଯୋଗ୍ୟ ଭୋଟର ବାଦ୍ ପଡ଼ିବେ । ଜିଲ୍ଲା ସ୍ତରରେ ଏଥିପାଇଁ ଅକ୍ଟୋବର ସାତ ତାରିଖରେ ତାଲିମ ପ୍ରଦାନ କରାଯାଇଥିଲା । ବିଡ଼ିଓ ସୁଜିତ କୁମାର ମିଶ୍ର, ଏ ବିଡ଼ିଓ କାଳୁ ଚରଣ ନାୟକ, ଜିପିଡିଓ ସ୍ମୃତିରେଖା ନାୟକ, ପିଇଓ ସୁନୀଲ ବ୍ରହ୍ମା ଓ ପ୍ରଧାନ ଶିକ୍ଷକ ନିଳାଞ୍ଚଳ ମିଶ୍ର ସମ୍ବଳ ବ୍ୟକ୍ତି ଭାବରେ ତାଲିମ ପ୍ରଦାନ କରିଥିଲେ । ରାୟଗଡ ବ୍ଲକର ମୋଟ ଏକ ଶହ ଅନତିରିଶି ଗୋଟି ବିଧାନସଭା ବୁଥ ନିମନ୍ତେ ପ୍ରତି ବୁଥ ପାଇଁ ଗୋଟିଏ ଲେଖାଏଁ ସର୍ଭେ ଦଳ ଗଠନ କରାଯାଇ ତାଲିମ ପ୍ରଦାନ କରାଯାଇଥିଲା । ଦୁଇଦିନ ଧରି ଚାରୋଟି ପର୍ଯ୍ୟାୟରେ ଏହି ତାଲିମ ପ୍ରଦାନ କରାଯାଇଥିଲା । ଏହି ସର୍ଭେ ଦଳ ରାୟଗଡ ବ୍ଲକର ମୋଟ ତିନି ଶହ ସତେଇଶି ଗୋଟି ୱାର୍ଡ ନିମନ୍ତେ ୱାର୍ଡ ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ କରିବେ ବୋଲି ବିଡ଼ିଓ ସୁଜିତ କୁମାର ମିଶ୍ର ପ୍ରକାଶ କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ତାଲପାଲି ଠାରେ ସଚେତନତା କାର୍ଯ୍ୟକ୍ରମ