ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ତାଲପାଲି ଠାରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ତାଲପାଲି ଠାରେ ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ଗାଇସିଲେଟ, ୧୪/୧୦ ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଦେଶୀ ଶସ୍ୟ ଓ ପୁରାତନ ଖାଦ୍ୟ ପରମ୍ପରାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଦେବଦତ୍ତ କ୍ଲବର ପରିଚାଳନାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସହକାରୀ କୃଷି ଅଧିକାରୀ ସାଇ ଆଶିଷ ପଣ୍ଡା ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ସହକାରୀ କୃଷି ଉଦ୍ୟାନ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ, VAW ସତ୍ୟବାନ ମେହେର ଉପସ୍ଥିତ ଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସ୍ଥାନୀୟ ଲୋକଙ୍କୁ ଓଡ଼ିଶାର ବିସ୍ମୃତ ହେବାକୁ ବସିଥିବା ପାରମ୍ପରିକ ଖାଦ୍ୟ ଏବଂ ବିଲୁପ୍ତପ୍ରାୟ ଦେଶୀ ଶସ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା। ପୂର୍ବପୁରୁଷଙ୍କ ଖାଦ୍ୟ ପରମ୍ପରାରେ ବ୍ୟବହୃତ ମାଣ୍ଡିଆ, କାଙ୍ଗୁ, କୁଦୋ, ସୁଆଁ, ଗୁଆଁର ଆଦି ଦେଶୀ ଶସ୍ୟର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ଏଥିସହ ଅଞ୍ଚଳରେ ପ୍ରଚଳିତ ପାରମ୍ପରିକ ଖାଦ୍ୟ, ପିଠାପଣା ଓ ଦେଶୀ ଖାଦ୍ୟ ପ୍ରସ୍ତୁତି ପଦ୍ଧତିକୁ ପରବର୍ତ୍ତୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଧୁନିକ ଖାଦ୍ୟ ଅଭ୍ୟାସ ଯୋଗୁଁ ଅନେକ ପାରମ୍ପରିକ ଖାଦ୍ୟ ଓ ଦେଶୀ ଶସ୍ୟ ଧୀରେ ଧୀରେ ଲୋକଙ୍କ ଖାଦ୍ୟ ତାଲିକାରୁ ଦୂରେଇ ଯାଉଥିବାରୁ ଦେଶୀ ବିହନ, ପାରମ୍ପରିକ ଚାଷ ପଦ୍ଧତି ଓ ଖାଦ୍ୟ ସଂସ୍କୃତି ମଧ୍ୟ ବିପଦରେ ପଡ଼ିଛି ବୋଲି ମତ ପ୍ରକାଶ ପାଇଥିଲା। ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ପରିବାର ଓ ସମାଜରେ ଦେଶୀ ଖାଦ୍ୟ ଓ ଶସ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ବିଲୁପ୍ତପ୍ରାୟ ଶସ୍ୟକୁ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟ ତାଲପାଲି ଠାରେ ସଚେତନତା କାର୍ଯ୍ୟକ୍ରମ – ସମୀକ୍ଷା

ଛାତ୍ରଛାତ୍ରୀମାନେ ପାରମ୍ପରିକ ଖାଦ୍ୟ ଓ ଶସ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଏହାର ସୁରକ୍ଷା ପାଇଁ ଶପଥ ନେଇଥିଲେ। ଅତିଥିମାନେ କହିଥିଲେ ଯେ, ଦେଶୀ ଶସ୍ୟ ଓ ପାରମ୍ପରିକ ଖାଦ୍ୟ କେବଳ ଆମ ଖାଦ୍ୟ ସଂସ୍କୃତିର ପରିଚୟ ନୁହେଁ, ଏହା ଆମ ଗ୍ରାମୀଣ ଜୀବନ, କୃଷି ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଅମୂଲ୍ୟ ଅଂଶ। ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଗଲେ ନୂଆ ପିଢ଼ି ମଧ୍ୟରେ ଦେଶୀ ଶସ୍ୟ ଓ ପାରମ୍ପରିକ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଏହାର ସୁରକ୍ଷା ଓ ପ୍ରଚାରରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ପରେ ଏହି ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। ପରିଶେଷରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଦେବରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଆମେ କରିବୁ ମହାବିଦ୍ୟାଳୟର ଉନ୍ନତି:ବାଜା ବାଣ ରୋଷଣୀରେ ଆସିଲେ ୩ ଛାତ୍ର ସଂଗଠନର ପାର୍ଥୀ