ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ନବୋଦୟ ବିଦ୍ୟାଳୟରେ ମଡେଲ୍ ଯୁବ ଗ୍ରାମସଭା ଅନୁଷ୍ଠିତ

ନବୋଦୟ ବିଦ୍ୟାଳୟରେ ମଡେଲ୍ ଯୁବ ଗ୍ରାମସଭା ଅନୁଷ୍ଠିତ – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:

କନ୍ଧମାଳ ଜିଲ୍ଲାର ଫୁଲବାଣୀ ନିକଟସ୍ଥ ତୁଡ଼ିପାଜୁ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ମଡେଲ୍ ଯୁବ ଗ୍ରାମସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନ ୪ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବମ ଶ୍ରେଣୀର ୪୫ ଜଣ ଛାତ୍ରଛାତ୍ରୀ ଯୋଗଦେଇ ଗ୍ରାମସଭାର କାର୍ଯ୍ୟପ୍ରଣାଳୀକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୌଶଲ୍ୟା କହଁର ଏବଂ ନାଏବ ସରପଞ୍ଚ ବିରାଜ ବେହେରା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଛାତ୍ରଛାତ୍ରୀମାନେ ଗ୍ରାମସଭାର ଆଦର୍ଶ ଢାଞ୍ଚା ଅନୁସରଣ କରି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିବା ସହ ଗ୍ରାମ ପଞ୍ଚାୟତର ଭୂମିକା, ସ୍ଥାନୀୟ ସ୍ୱାୟତ୍ତ ଶାସନ, ଜନସାଧାରଣଙ୍କ ସହଭାଗିତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ନିଜର ଧାରଣା ପ୍ରକାଶ କରିଥିଲେ। ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ଗୁଣ, ଦାୟିତ୍ୱବୋଧ ଓ ସାମାଜିକ ସଚେତନତା ବୃଦ୍ଧି କରିବାକୁ ଉଦ୍ୟମ କରାଯାଇଥିଲା। ନୋଡାଲ୍ ଶିକ୍ଷକ କବିରାଜ ସେଠୀଙ୍କ ମାର୍ଗଦର୍ଶନରେ ଏକ ଘଣ୍ଟା ଧରି ଚାଲିଥିବା ଏହି ସଭାକୁ ଛାତ୍ରଛାତ୍ରୀମାନେ ସଫଳତାର ସହ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ପଞ୍ଚାନନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନିକଟରୁ ବୁଝିବା ସହ ଗ୍ରାମୀଣ ବିକାଶରେ ନାଗରିକଙ୍କ ଭୂମିକା ସମ୍ପର୍କରେ ଅଭିଜ୍ଞତା ହାସଲ କରିପାରିଛନ୍ତି।

ନବୋଦୟ ବିଦ୍ୟାଳୟରେ ମଡେଲ୍ ଯୁବ ଗ୍ରାମସଭା ଅନୁଷ୍ଠିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାଜ୍ୟରେ ବଢ଼ୁଛି ଲଭ୍‌, ସେକ୍ସ ଓ ଧୋକା: ପ୍ରେମ ସମ୍ପର୍କରେ ପ୍ରତାରଣାକୁ ନେଇ ବଢ଼ୁଛି ଚିନ୍ତା