ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏସଏଫଆଇ ସମର୍ଥିତ ପ୍ରାର୍ଥି ଙ୍କ ବାଜିମାତ

ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏସଏଫଆଇ ସମର୍ଥିତ ପ୍ରାର୍ଥି ଙ୍କ ବାଜିମାତ – ସମୀକ୍ଷା ଖବର


ବିନୟ ସାହୁ / ବଣେଇ ରିପୋର୍ଟର /ସମୀକ୍ଷା ନ୍ୟୁଜ :

ଲହୁଣୀପଡା- ୧୫/୧୦ (ଦାଶରଥି ପଣ୍ଡା)ସୁନ୍ଦରଗଡ ଜିଲା ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ରେ ଏସଏଫଆଇ ସମର୍ଥିତ ପ୍ରାର୍ଥୀ ବାଜିମାତ କରିଛନ୍ତି।ଗୁରୁବାର ଦିନ ଭୋଟ ଗ୍ରହଣ ହୋଇଥିଲା । ମହାବିଦ୍ୟାଳୟରେ ୩ ରାଜନୈତିକ ଦଳ ପକ୍ଷରୁ ସମର୍ଥିତ ପ୍ରାର୍ଥି ମାନଙ୍କୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ କରିଥିବା ବେଳେ ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟରେ ଏସଏଫଆଇ ସମର୍ଥିତ ୩ ପ୍ରାର୍ଥି ବିଜୟ ହାସଲ କରିଥିବା ଜଣାପଡ଼ିଛି ।ଏଥିରେ ଏସଏଫଆଇ ସମର୍ଥିତ ୩ ପ୍ରାର୍ଥି ସଭାପତି ଭାବେ ସୁକଲାଲ ସାମାସି,ସାସ୍କୃତିକ ସମ୍ପାଦକ ଭାବେ ପିଣ୍ଟୁ ମାହାନ୍ତ,ଉପ ସାସ୍କୃତିକ ସମ୍ପାଦକ ସୁଶିଲ ମୁଣ୍ଡା ବାଜିମାତ କରିଛନ୍ତି। ବିସିଜେଡି ସମର୍ଥିତ ପ୍ରାର୍ଥୀ ସାଧାରଣ ସମ୍ପାଦକ ଭାବେ ଅଜିତ ମୁଣ୍ଡା ନିର୍ବାଚିତ ହୋଇଥିବା ବେଳେ , ଏବିଭିପି ର ଡିଏସଏ ସମ୍ପାଦକ ମୁକ୍ତିକାନ୍ତ ଓରାମ ନିର୍ବାଚିତ ହୋଇଥିଲେ।ଏବଂ ଖେଳ ସମ୍ପାଦକ ସୁଶିଲ ମୁଣ୍ଡା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ସିପିଆଇମ ଜିଲା ସମ୍ପାଦକ ପ୍ରମୋଦ ସାମଲ ଏସଏଫଆଇ ସମର୍ଥିତ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି।ଏହା ସହିତ ଜିଲା ପରିଷଦ ସଦସ୍ୟା ଶୁସିଲା ମୁଣ୍ଡା,ଆଞ୍ଚଳିକ କମିଟି ସମ୍ପାଦକ ଲାଲବହାଦୁର ମାହାନ୍ତ, ଲହୁଣୀପଡା ସରପଞ୍ଚ ନେଲସନ ହେମ୍ରମ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି।

ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏସଏଫଆଇ ସମର୍ଥିତ ପ୍ରାର୍ଥି ଙ୍କ ବାଜିମାତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଚାଷୀଙ୍କ ମୁଣ୍ଡରେ ଚଡ଼କ:ଲାଗିଛି ଚକଡା ପୋକ