ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ /ଖୋରଧା :
ଖୋରଧା ୧୭/୧୦/୨୬ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ବରିକୋ ଗ୍ରାମରେ ନକଲି ମଦ କାରବାର ହେଉଥିବା ଖବର ପାଇ ଟାଙ୍ଗୀ ଅବକାରୀ ପୋଲିସ ଚଢ଼ାଉ କରି ଜଣେ ମହିଳା ମଦ ବେପାରୀଙ୍କୁ ଗିରଫ କରିଛି lଗିରଫ ମହିଳା ମଦ ବେପାରୀଙ୍କର ନାମ ଟିକିନା ସାହୁ ୩୪ ବର୍ଷ ଘର ବରିକୋ ଗ୍ରାମରେ lଟିକିନା ସାହୁ ବରିକୋ ଗ୍ରାମରେ ଥିବା ମା ରତ୍ନମାଳୀ ମନ୍ଦିର ନିକଟରେ ଚୋରା ନକଲି ମଦ କାରବାର କରୁଥିବା ଅଭିଯୋଗ ହୋଇଥିଲା l ଅଭିଯୋଗ ପରେ ଅବକାରୀ ପୋଲିସ ଇନ୍ସପେକ୍ଟର ଅଜିତ କୁମାର ପାତ୍ରଙ୍କ ନେତୃତ୍ୱ ରେ ଏସ ଆଇ ରାଜେନ୍ଦ୍ର କୁମାର ସିଂ ଓ ଅନ୍ୟମାନେ ଚଢ଼ାଉ କରିଥିଲେ lଚଢ଼ାଉ କରି ମହିଳା ମଦ ବେପାରୀଙ୍କୁ ଗିରଫ କରିବା ସହ ନକଲି ମଦ ଜବତ କରିଥିଲେ l ମହିଳାଙ୍କ ଠାରୁ ୩୦ ଟି ନକଲି ରୟାଲ ଚ୍ୟାଲେଞ୍ଜ ନିବ,୧୨ ଟି ରୟାଲ ଷ୍ଟାଗ ନିବ,୧୦ ଟି ରୟାଲ ଷ୍ଟାଗ ପାଏଣ୍ଟ ସହ ମୋଟ ୧୬ ଲିଟର ନକଲି ମଦ ଜବତ ହୋଇଛି l ତେବେ ମହିଳା ଜଣକ କେଉଁଠାରୁ ନକଲି ବିଦେଶୀ ମଦ ଆଣୁଥିଲେ ସେ ନେଇ ଅଧିକ ଖୋଳ ତାଡ଼ କରୁଛି ଅବକାରୀ ପୋଲିସ l ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇ ଅବକାରୀ ପୋଲିସ ତଦନ୍ତ ଜାରୀ ରଖିଛି l






