ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ରୁଙ୍ଗଟା ଖଣି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ

ରୁଙ୍ଗଟା ଖଣି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ – ସମୀକ୍ଷା ଖବର

ସମୀକ୍ଷା ବ୍ୟୁରୋ ନ୍ୟୁଜ / ସୁନ୍ଦରଗଡ଼/17/10/2026:

କୋଇଡା ଖଣି ଅଂଚଳ ଅନ୍ତର୍ଗତ ମେସେର୍ସ ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ଼ ର ଓରାଘାଟ ଲୌହ ଖଣିରେ ଗତ ୧୭. ୦୯. ୨୬ ରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମ ଅକ୍ଟୋବର ୧୭ ତାରିଖ ଦିନ ଉଦଯାପିତ ହୋଇ ଯାଇଛି, ଏହି ପରିପେକ୍ଷୀ ରେ ପ୍ରଥମ ଦିନରୁ ସ୍ୱଚ୍ଛତା ଶପଥ ପାଠ ସହ ଆରମ୍ଭ ହୋଇଥିବା ସ୍ୱଛତା ପକ୍ଷ ପାଳନ ଅବସରରେ ଖଣିରେ ବ୍ୟାପକ ସଫେଇ କାର୍ଯ୍ୟରେ ସମସ୍ତ କର୍ମଚାରୀ, ସଫେଇମିତ୍ର, ଠିକାକର୍ମଚାରୀ, ଓ ସୁରକ୍ଷା କର୍ମଚାରୀ, ମାନଙ୍କର ସ୍ଵେଛାକୃତ ଶ୍ରମଦାନରେ ବହୁଳ ମାତ୍ରାରେ ଯଥା ଓରାଘାଟ ଖଣିର ପ୍ରଶାସନିକ ଭବନ, ପୁରୁଣା କଲୋନୀ,ଅତିଥି ଭବନ, ଖଣି ପରିସର, ବିଦ୍ୟୁତବିଭାଗ ଡିଜି ରୁମ, ପୁରୁଣା ପ୍ରଶାସନିକ ଭବନ, ରାସ୍ତା ଘାଟ, ଦୋକାନ ବଜାର, ପ୍ରଭୁତି ସ୍ଥାନରେ ସଫେଇ କାର୍ଯ୍ୟ ହୋଇଥିଲା. ଏହା ସହିତ ବହୁଳ ମାତ୍ରାରେ ବୃକ୍ଷରୋପଣ କରାଯାଇଥିଲା,ତତସହିତ ଓରାଘାଟ ହନୁମାନ ମନ୍ଦିର ଠାରୁ
ଗୋପିସାହି ଅଙ୍ଗନୱାଡି ଓ ମନ୍ଦିରଠାରୁ ଓରାଘାଟ ବିଦ୍ୟାଳୟ ଏବଂ ଓରାଘାଟ ପୁରୁଣା କାର୍ଯ୍ୟାଳୟ ଠାରୁ ପାର୍କିଙ୍ଗ ପ୍ରଯ୍ୟନ୍ତ ତିନି ଥର ସ୍ୱଚ୍ଛତା ସଚେତନତା ପଦଯାତ୍ରା କରାଯାଇଥିଲା ଏଥିରେ ସମସ୍ତ କର୍ମଚାରୀ, ସୁରକ୍ଷା କର୍ମଚାରୀ, ଠିକା କର୍ମଚାରୀ, ଗ୍ରାମବାସୀ ଓ ପିଲାମାନେ ଯୋଗ ଦେଇଥିଲେ.ସ୍ଥାନୀୟ ବିଦ୍ୟାଳୟ ଯଥା ଓରାଘାଟ ପ୍ରାଥମିକ ବିଦ୍ୟାଳୟ,କଲମଙ୍ଗ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁମନ୍ଦିର କାଟେସାହି ପ୍ରଭୁତି ବିଦ୍ୟାଳୟରେ ସ୍ୱଚ୍ଛତା ବିଷୟରେ ରଚନା, ସ୍ଲୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ ସହିତ ସ୍ୱଚ୍ଛତା ଉପକରଣ ବଣ୍ଟନ କରାଯାଇ ଥିଲା. ଏହା ସହିତ ସଫେଇମିତ୍ର ମାନଙ୍କୁ ଡାକ୍ତର ମୁକ୍ତିକାନ୍ତ ମହାନ୍ତି ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ବିଷୟରେ ସଚେତନ କରିଥିଲେ, ଏହି ଶିବିରରେ ପାରା ମେଡିକାଲ ଷ୍ଟାଫ୍ଫ ଶ୍ରୀଯୁକ୍ତ ପୁରନ୍ଦର ବାରିକ ଓ ସନ୍ଦୀପ କୁମାର ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ ଏହି ଶିବିରରେ ସଫେଇମିତ୍ରାମାନଙ୍କୁ ପୁରସ୍କାର ସହିତ ସ୍ୱଛତା କିଟ ବଣ୍ଟନ କରାଯାଥିଲା. ଅତି ଉତ୍ସାହର ସହିତ ସମସ୍ତ କାର୍ଯ୍ୟକର୍ମରେ ଖଣି ପରିଚାଳକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପ୍ରଧାନଙ୍କ ପ୍ରତେକ୍ଷ ତତ୍ୱାବଧାନରେ ସୁଶୃଙ୍ଖଳିତ ଭାବରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା, ଏହି ସମସ୍ତ କାର୍ଯ୍ୟକ୍ରମରେ ସି ଏସ ଆର ବିଭାଗର ମୁଖ୍ୟ ଡ. ଅଞ୍ଜନ କୁମାର ଲେଙ୍କା ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ. ଏବଂ ଉଦଯାପନୀ ଦିବସରେ ଖଣି ପରିଚାଳକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ସ୍ୱଚ୍ଛତା ହି ସେବା କାର୍ଯ୍ୟକ୍ରମର ମହତ୍ବ ସମ୍ବନ୍ଧରେ ସଚେତନ କରିଥିଲେ, ଏହି କାର୍ଯ୍ୟକ୍ରମରେ ଓରାଘାଟ ଖଣି ତରଫରୁ ଶ୍ରୀଯୁକ୍ତ ପ୍ରକାଶ କୁମାର,ବିଦ୍ୟାଧର ସାହୁ, ରଞ୍ଜନ କୁମାର ପାଣି, ସତ୍ୟଜିତ ମହାପାତ୍ର, ଡ଼ି ଏସ ଦିନକର, ବିଶ୍ୱ ରଞ୍ଜନ ବେହେରା, ଆର ଏସ ମହାନ୍ତ, ବନମାଳୀ ମହାନ୍ତ,ନରେନ୍ଦ୍ର ନାଥ ନାୟକ, ସମୀରଞ୍ଜନ ଦାସ, ଏଚ ବି ଦାସ, ରାମେଶ୍ୱର ପାଇକରାୟ, ବି ଏନ ପଣ୍ଡା,ତନ୍ମୟ କୁମାର ବେହେରା,ନିରୁପମ ମହାକୁଡ଼, ବିଶ୍ୱଜିତ ଚକ୍ରବର୍ତ୍ତୀ, ବସନ୍ତ କୁମାର ମହାପାତ୍ର, ଲିଟୁନ କୁମାର ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ଏବଂ ସୁରକ୍ଷା କର୍ମଚାରୀ, ମିତ୍ରା ଏସ କେ ପ୍ରୟୋଗଶାଳାର ସମସ୍ତ କର୍ମକର୍ତା, ଓରାଘାଟ ଖଣିର ସମସ୍ତ କର୍ମକର୍ତା, ଓ ଠିକା କର୍ମଚାରୀଙ୍କ ପୂର୍ଣ୍ଣ ସମର୍ଥନରେ ଏହି କାର୍ଯ୍ୟ ପରିଚାଳନା ହୋଇଥିଲା. ଏହି କାର୍ଯ୍ୟକ୍ରମ ଦ୍ୱାରା ସ୍ଥାନୀୟ ଅଂଚଳରେ ବ୍ୟାପକ ପ୍ରଭାବ ପକାଇବା ସହ ୨୦୨୬ ର ସ୍ବପ୍ନ “ସ୍ଵଭାଵ ସ୍ୱଚ୍ଛତା ଏବଂ ସଂସ୍କାର ସ୍ୱଚ୍ଛତା ” ବାର୍ତ୍ତାକୁ ତୃଣମୂଳସ୍ତର ପର୍ଯ୍ୟନ୍ତ ପହଂଞ୍ଚାଇ ପାରିଛି.

ରୁଙ୍ଗଟା ଖଣି ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉଦଯାପିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଲହୁଣୀପଡ଼ା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ।ଏସଏଫଆଇ ସମର୍ଥିତ ପ୍ରାର୍ଥି ଙ୍କ ବାଜିମାତ